ଗଙ୍ଗାଧରଙ୍କ ସାହିତ୍ୟରେ ମାନବୀୟ ଚେତନା, ରେଡିଏନ୍ସରେ ଭାବମୟ ଜୟନ୍ତୀ

48

ବିଜେପୁର: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟରେ ପ୍ରକୃତି, ପ୍ରେମ, ମାନବିକତା ଓ ଜୀବନଦର୍ଶନର ଅପୂର୍ବ ସମନ୍ୱୟ ରହିଛି। ଏହି ମହାନ ସ୍ରଷ୍ଟାଙ୍କ ଜୟନ୍ତୀ ବରଗଡ଼ ଜିଲ୍ଲା ବିଜେପୁରସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଚେୟାରମ୍ୟାନ ଅଜିତ କୁମାର ମେହେର ମୁଖ୍ୟ ଅତିଥି ଓ ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ସରୋଜ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରେବନ୍ତ କୁମାର ମେହେର ମଞ୍ଚାସୀନ ଥିଲେ। ଓଡ଼ିଆ ଅଧ୍ୟାପିକା କୁମୋଦିନୀ ବାରିକ ସଭା ସଂଯୋଜନା କରିଥିଲେ।ସ୍ୱଭାବ କବିଙ୍କ ମାନବୀୟ ଭାବଧାରା ବିଷୟରେ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର ଆଲୋଚନା କରିଥିଲେ। ଚେୟାରମ୍ୟାନ ଅଜିତ କୁମାର ମେହେର ଗଙ୍ଗାଧରଙ୍କ ବିଜେପୁର ରହଣିର ବିଭିନ୍ନ ସ୍ମୃତି ଓ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରଫେସର ରେବନ୍ତ କୁମାର ମେହେର ଗଙ୍ଗାଧରଙ୍କୁ ସମନ୍ୱୟବାଦୀ କବି ଭାବେ ଅଭିହିତ କରିଥିଲେ।ମୁଖ୍ୟ ବକ୍ତା ଡ. ସରୋଜ ନାଏକ ଗଙ୍ଗାଧରୀୟ ସାହିତ୍ୟର ବ୍ୟାପକତା ଓ ଗଭୀରତା ଉପରେ ଆଲୋକପାତ କରିଥିଲେ। ମାନବ ଜୀବନର ବିଭିନ୍ନ ଦିଗ ସହ ରାଜଧର୍ମ ଓ ପାରିବାରିକ ଜୀବନ ସମ୍ପର୍କରେ କବିଙ୍କ ରଚନାରେ ଥିବା ଚିନ୍ତନକୁ ସେ ବ୍ୟାଖ୍ୟା କରିଥିଲେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗଙ୍ଗାଧରଙ୍କ କବିତା ଆଧାରିତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। “ବିଶ୍ୱ ଦେଖ ମଧୁମୟ…”ର ସ୍ୱରରେ ପରିବେଶ ହୋଇଉଠିଥିଲା ମନୋମୁଗ୍ଧକର।
ସଭାରେ ଅଧ୍ୟକ୍ଷା ମୋହିନୀ ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପଦେଷ୍ଟା ରଜେଶ୍ରୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକଙ୍କ ସମେତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ଅଲିଭା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଗଙ୍ଗାଧରଙ୍କ ସାହିତ୍ୟକୁ କେବଳ ପାଠ୍ୟପୁସ୍ତକରେ ସୀମିତ ନରଖି ଗୀତ, ନୃତ୍ୟ ଓ ଆଲୋଚନା ମାଧ୍ୟମରେ ନୂଆ ପିଢ଼ି ନିକଟରେ ପହଞ୍ଚାଇବାର ରେଡିଏନ୍ସର ଏହି ପ୍ରୟାସ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.