ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜିର ସମାଜରେ ଛୋଟ କିଶୋର କିଶୋରୀମାନଙ୍କ ଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କ ପୁରୁଷ ମହିଳା ଙ୍କ ନିମନ୍ତେ ଆତ୍ମସୁରଷା ନିତାନ୍ତ ଆବଶ୍ୟକ। ବିନା ଅସ୍ତ୍ରରେ ଅନ୍ୟକୁ ପରାସ୍ତ କରି ନିଜକୁ ରକ୍ଷା କରିବା ସହିତ ଅନ୍ୟକୁ ସୁରକ୍ଷା ଦେବା କୈ।ଶଳ ହେଉଛି ଆତ୍ମସୁରଷା ବା କରାଟେ, ତାଇକୋଣ୍ଡୋ ଶିକ୍ଷା। ଏହି ବିଷୟରେ କହିବାକୁ ଗଲେ ଭଞ୍ଜନଗର ସହରର ଏକମାତ୍ର ଅନୁଷ୍ଠାନ, ଯାହା ଭଞ୍ଜନଗର ତାଇକୋଣ୍ଡୋ ଏକାଡେମୀ, ଶିକ୍ଷକ ପ୍ରାଣ କୃଷ୍ଣ ଗୈ।ଡ଼ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳିତ ହୋଇଆସୁଛି। ଏହି ଅନୁଷ୍ଠାନ ଦୀର୍ଘ ୭ ବର୍ଷରେ ପଦାର୍ପଣ କରି, ଏହି ଅନୁଷ୍ଠାନ ର ୩ ବର୍ଷ ଶିଶୁ ୧୩/୧୬ ବର୍ଷ ର କିଶୋର କିଶୋରୀମାନଙ୍କ ଠାରୁ ୩୪ ବର୍ଷ ର ଯୁବକ ମାନଙ୍କ ପାଇଁ ଆତ୍ମସୁରଷା କ୍ଷେତରେ ଏକ ପ୍ରେରଣା ର ଉଛ ହୋଇପାରିଛି। ଏହି ଅନୁଷ୍ଠାନ ର ଶିକ୍ଷକ ପ୍ରାଣ କୃଷ୍ଣ ଙ୍କ କଠୋର ପରିଶ୍ରମ, ସଠିକ୍ ମାର୍ଗ ଦର୍ଶକ ଯୋଗୁଁ ଆଜି ଉକ୍ତ ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଅନେକ ପୁରସ୍କାର ହାସଲ କରି ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କରିଛନ୍ତି।
ଭଞ୍ଜନଗର ସହର ର ଏହି ତାଇକୋଣ୍ଡୋ ଏକାଡେମୀ ର କେତେକ ବଛା ବଛା ପ୍ରଶିକ୍ଷାର୍ଥି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଟାଇକୋଣ୍ଡ ଓ ମତସୋଗୀ -ଡୋ ଆସୋସିସନ ପକ୍ଷରୁ ସତ୍ୟନଗରଠାରେ ଦୁଇ ଦିନ ଧରି 4ର୍ଥ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ଓ ମତସୋଗୀ -ଡୋ ପ୍ରତି ଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନ ର ୩୦୦ ରୁ ଉର୍ଦ୍ଧ ଖେଳାଳି ଭାଗ ନେଇଥିଲେ ।ସେଥିର ଭଞ୍ଜନଗର ଟାଇକୋଣ୍ଡ ଏକାଡେମୀ ରୁ ୧୮ ଜଣ ପୁରୁଷ ଖେଳାଳି ଓ ୨ ଜଣ ମହିଳା ଖେଳାଳି ଭାଗ ନେଇଥିଲେ କ୍ଷରୋଗୀ, ଓ ପୂମସେ ଓ ସ୍ପୀଡ଼ କିକ୍ ବିଭିନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବଂ ସେଠାରେ ନିଜର ବିଚକ୍ଷଣ କଳାକୈ।ଶଳ ପ୍ରଦର୍ଶନ କରି ୨୧ ଟି ସୁର୍ଣ୍ଣ ପଦକ ଓ ୧୨ ଟି ରୋ୍ପୀୟ ପଦକ ଓ ୩ ଟି କାଂସ୍ୟ ପଦକ ହାସଲ କରି, ସେଠାରେ ଭଞ୍ଜନଗର ତାଇକୋଣ୍ଡ ଏକାଡେମୀ ରନର୍ସ କପ୍ ବିଜେତା ହୋଇପାରିଛନ୍ତି। ଏଥିରେ ଭଞ୍ଜନଗର ସହର ବାସୀ ଓ ଅଭିଭାବକ ମାନେ ଅତ୍ୟନ୍ତ ଖୁସି ହୋଇ ଏହି ଅନୁଷ୍ଠାନ ର ଛାତ୍ରଛାତ୍ରୀମାନେ କିପରି ଆହୁରି ଉତ୍ତମ ମାର୍ଶାଲ ଆର୍ଟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୈ।ରବ ଆଣିବେ, ସେଥିପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.