କେନ୍ଦୁଝର,ତା୧/୯- କେନ୍ଦୁଝର ଆକାଶବାଣୀ କେନ୍ଦ୍ରର ବରିଷ୍ଠ ଉପସ୍ଥାପକ ତୁଷାର ସାମନ୍ତଙ୍କୁ ଆକାଶବାଣୀ କେନ୍ଦୁଝର ପରିସରରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଅନିତା ତୀର୍କି, ଯାନ୍ତ୍ରିକ ମୁଖ୍ୟ ସତୀଶ କୁମାର ଚାକି, ପ୍ରଶାସନିକ ବିଭାଗର ଅରବିନ୍ଦ ନାୟକ,ଯନ୍ତ୍ରୀ ରାଜେନ୍ଦ୍ର କୁମାର ବାରିକ,ଅବସରପ୍ରାପ୍ତ କର୍ମଚାରୀ ସୁପାଇ ମୁର୍ମୁ, ଅଧ୍ୟାପିକା ସ୍ମୃତି ବାନାର୍ଜୀ ମଧୁସୂଦନ ମୁର୍ମୁ,ଉପସ୍ଥାପକ ଓ ଘୋଷକ ସତ୍ୟଜିତ ସାମନ୍ତରାୟ,ଦେବାଶିଷ ମିଶ୍ର, ଗୋପୀନାଥ ସାହୁ, ପ୍ରଶାନ୍ତ ପଲେଇ,ସାଲେଗ୍ରାମ ପାତ୍ର,ସୁବ୍ରତ ଖୁଣ୍ଟିଆ, ସଞ୍ଜୁଶ୍ରୀ ବୃନ୍ଦାବନ,ପ୍ରଣତି ମହାନ୍ତି,ମିନାକ୍ଷୀ ମହାନ୍ତି,ଜ୍ୟୋତିରାଣୀ ପଣ୍ଡା, ମଞ୍ଜୁଳା ମହାନ୍ତ,କ୍ରିଷ୍ଣା ରାୟ,ଭାସ୍କର ଚନ୍ଦ୍ର ମିଶ୍ର,ବିଜ୍ଞାନ ଦର୍ଶିନୀ ନନ୍ଦ, କାହ୍ନୁପ୍ରିୟା ସାହୁ, ସସ୍ମିତା ବାରିକ,ପ୍ରସାରଣ ସହଯୋଗୀ କୃଷ୍ଣଚନ୍ଦ୍ର ମିଶ୍ର, ଶ୍ରାବଣୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ସୂଚନାଯୋଗ୍ୟ ଯେ ୧୯୯୪ମସିହାରୁ ତୁଷାର ସାମନ୍ତ ଏହି ଆକାଶବାଣୀ କେନ୍ଦ୍ରରେ ଉପସ୍ଥାପକ ଭାବେ କାର୍ଯ୍ୟ କରିବା ସହ ଶ୍ରୋତା ମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ରାଇଜ, ହାସ୍ୟ ରସର କାର୍ଯ୍ୟକ୍ରମ ରଙ୍ଗ ବେରଙ୍ଗ ସହ ଅନ୍ୟାନ୍ୟ ଉପସ୍ଥାପନା କରୁଥିଲେ। ଏହା ସହିତ ଆକାଶବାଣୀ ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମ ପରିବେଷଣରେ ନିଜକୁ ସାମିଲ କରି ଶ୍ରୋତାଙ୍କ ପ୍ରିୟଭାଜନ ହୋଇପାରିଥିଲେ।
Sign in
Sign in
Recover your password.
A password will be e-mailed to you.