ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଚଳିତ ବର୍ଷ ଭଞ୍ଜନଗର ପୈ।ରପାଳିକ ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ମହା ଆଡ଼ମ୍ବରରେ ଆକର୍ଷଣୀୟ ଭାବରେ ଅନୁଷ୍ଠିତ ହୋଇଅଛି । ଏହି ଅବସରରେ ଭଞ୍ଜନଗର ସହର ପୈ।ରପରିଷଦ ହୋଇଥିବା ହେତୁ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କଲେ ଏଠାରେ ଯୋଗଦାନ କରିଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ବରିଷ୍ଠ ରାଜନେତା ଗଣ। ଭଞ୍ଜନଗର ପୈ।ରପରିଷଦ ର ମହାନ୍ ଉତ୍ସବ ଦିନ ସକାଳ ସମୟରେ ସ୍ଥାନୀୟ ନିଜସ୍ଵ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ସହ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ଓ ସ୍ଥାନୀୟ ଏକମାତ୍ର ସରକାରୀ ଚିକିତ୍ସାଳୟରେ ରୋଗିମାନଙ୍କୁ ଆଶୁ ଆରୋଗ୍ୟ କାମନା କରି ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରିବୁଝି ପୈ।ରପରିଷଦ ଅଧ୍ୟକ୍ଷ ଙ୍କ ଦ୍ଵାରା ଫଳ ବଣ୍ଟନ କରାଯାଇଥିଲା। ଏଥିରେ ପୈ।ରପରିଷଦ ଉପାଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ତତ୍ ସହିତ ଏହି ଉତ୍ସବ କାର୍ଯ୍ୟକ୍ରମ ର ମଧ୍ୟାହ୍ନ ସମୟରେ ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅବସ୍ଥିତ ଟାଉନ୍ ହଲ୍ ଠାରେ ସାମୂହିକ ଭୋଜନ ର ଆୟୋଜନ ହୋଇଥିଲା।
ପରେ ପରେ ଆଭାସି ମାଧମରେ ଓଡିଶା ରାଜ୍ୟ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ଙ୍କ ଶୁଭେଚ୍ଛା ବାର୍ତ୍ତା ଯାହା ନିଖିଳ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତ ସହର,ନଗର ଓ ପୈ।ରାଞ୍ଚଳ ନିମନ୍ତେ ଥିଲା, ସେସବୁ କୁ ସମସ୍ତ ଅତିଥି, କାର୍ଯ୍ୟକର୍ତ୍ତା ଓ ଜନତା ଦେଖି ଶୁଣିଥିଲେ। ମଧ୍ୟାହ୍ନ ଗୋଟାଏ ତିରିଶି ମିନିଟ୍ ସମୟରେ ସ୍ୱାୟତ୍ତ ଶାସନ ଦିବସ ର ଭବ୍ୟ, ବିରାଟ ଓ ଆକର୍ଷଣୀୟ ବୈଠକ ଭଞ୍ଜନଗର ଟାଉନ୍ ହଲ୍ ଠାରେ ଆରମ୍ଭ ହୋଇଥିଲା। ଆୟୋଜିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମଞ୍ଚାସୀନ ଥିଲେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମୁଖ୍ୟବକ୍ତା ପ୍ରାକ୍ତନ ନିର୍ଦ୍ଦେଶକ ଦୁରଦର୍ଶନ ଭୁବନେଶ୍ବର ର ଶାନ୍ତନୁ କୁମାର ରଥ, ପୈ।ର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ। ସେହିପରି ବିଶିଷ୍ଟ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଞ୍ଜାମ ର ନୀଳମାଧବ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଞ୍ଜନଗର ରୁ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ସବ୍ ରେଜିଷ୍ଟର୍ ଭଞ୍ଜନଗର ଫାଲଗୁନୀ ସାହୁ ସମେତ ସମସ୍ତ ପାରିଷଦ ବର୍ଗ ମଞ୍ଚରେ ମଞ୍ଚାସିନ ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତେ ଦୀପ ପ୍ରଜ୍ବଳନ ଧୂପ ପ୍ରଦାନ କରିବା ପରେ ପରେ ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ ପୈ।ର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ନିଜର ଅଭିଭାଷଣ ରେ ସମସ୍ତ ଉପସ୍ଥିତ ଅତିଥି ଓ ଜନସାଧାରଣ ତଥା ସାମ୍ବାଦିକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ,ସେ ଅତ୍ୟଧିକ ଖୁସି ପ୍ରକାଶ କରିଥିଲେ, ଯେହେତୁ ଆଜିର କାର୍ଯ୍ୟକ୍ରମ ରେ ପ୍ରଥମ ଥର ପାଇଁ ସାଂସଦ ଉପସ୍ଥିତ ଥିଲେ। ସେ ତାଙ୍କ ବକ୍ତବ୍ୟରେ ପୈ।ରାଞ୍ଚଳର ହୋଇଥିବା ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ବିଶଦ ଆଲୋଚନା ପରେ , ଏଠାରେ ଉପସ୍ଥିତ ଥିବା ସାଂସଦ ଙ୍କ ଆଗରେ କଥା ଛଳରେ ଭଞ୍ଜନଗର ସହରର ୩ ଟି ଵହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କାର୍ଯ୍ୟ କାରି କରିବାକୁ ଅନୁରୋଧ କରିଥିଲେ।
ସେଥିମଧରେ ଭଞ୍ଜନଗର ସହରକୁ ଖୁବ୍ ଶୀଘ୍ର ରେଳପଥ ର ସଂଯୋଗ କାର୍ଯ୍ୟକ୍ରମ, ସମଗ୍ର ଭଞ୍ଜନଗର ସହରକୁ ମାଗଣା ଇଣ୍ଟରନେଟ ସେବା ଉପଲବ୍ଧ କରାଇବା ଓ ସମଗ୍ର ଭଞ୍ଜନଗର ସହରକୁ ସିସି କ୍ୟାମେରା ଦ୍ଵାରା ଆବଦ୍ଧ କରାଇବା। ଏହି ଅବସରରେ ଭଞ୍ଜନଗର ପୈ।ରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ମୂଖ୍ୟ ମନ୍ତ୍ରୀ ସହରୀ ବିକାଶ କରଣ ଯୋଜନା ରେ ଆସିଥିବା ଟଙ୍କା ରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ବିଷୟରେ କହିଥିବା ସୂଚନା ମିଳିଛି। ପରେ ପରେ ବିଧାୟକ ଓ ମୂଖ୍ୟ ଅତିଥି ଙ୍କ ସହିତ ଅନ୍ୟ ସମ୍ମାନିତ ଅତିଥି ମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପରେ ଅନେକ ଅନୁଷ୍ଠାନ ର ଶିଶୁ ଠୁ କିଶୋର କିଶୋରୀମାନଙ୍କ ତଥା ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ନିମନ୍ତେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ର କୃତି ପ୍ରତିଯୋଗୀଙ୍କୁ ଏଠାରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ତତ୍ ସହିତ ଅନେକ ଅସହାୟ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପ୍ରଥମ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ଅଶୋକ କୁମାର ମହାପାତ୍ର ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଓ ପରେ ପରେ ପୈ।ରପରିଷଦ ଭଞ୍ଜନଗର ସହର ର ୨ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ପ୍ରଭାସିନୀ ପାଣିଗ୍ରାହୀ ସମସ୍ତ ଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ହେତୁ ଧନ୍ୟବାଦ୍ ଅର୍ପଣ କରିଥିଲେ।