ପାରାଦୀପ, ୩୧ ଅଗଷ୍ଟ ୨୦୨୬: ପୌରପାଳିକା ଅଞ୍ଚଳରେ ସିଏସଆର ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏଏମ/ଏନଏସ ପୋର୍ଟସ୍ କୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ସମ୍ମାନଜନକ ସିଏସଆର ଉତ୍କର୍ଷ ସମ୍ମାନ ୨୦୨୬ ପୁରସ୍କାର ପ୍ରଦାନ କରାଯାଇଛି। ଅଗଷ୍ଟ ୩୧, ୨୦୨୬ରେ ପାରାଦୀପସ୍ଥିତ ଜୟଦେବ ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ ଏବଂ ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ ଏହି ପୁରସ୍କାର ଏଏମ୍/ଏନ୍ଏସ୍ ପୋର୍ଟସ୍ର ମେକାନିକାଲ୍ ହେଡ୍ , ଶ୍ରୀ ଲକ୍ଷ୍ମୀକାନ୍ତ ସାହୁ, , ଏବଂ ଏଏମ୍/ଏନ୍ଏସ୍ ପୋର୍ଟସ୍ର ଲିଡ୍– ସିଏସଆର ଶ୍ରୀ ଯୁଗଜ୍ୟୋତି ମହାନ୍ତି, ଏଏମ୍/ଏନ୍ଏସ୍ ପୋର୍ଟସ୍ ଗ୍ରହଣ କରିଥିଲେ।
ଏହି ଅବସରରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ପି.ଏଲ୍. ହରନାଧ, ପାରାଦୀପର ଏଡିଏମ୍ ଶ୍ରୀ ନିରଞ୍ଜନ ବେହେରା, ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଶ୍ରୀମତୀ ଛବିଲତା ରାଉତ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡାଙ୍କ ସମେତ ସ୍ଥାନୀୟ କାଉନସିଲର, ଏଏମ୍/ଏନ୍ଏସ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ, ପାରାଦୀପ ପୌରପାଳିକାର ଅଧିକାରୀ ଏବଂ ସ୍ଥାନୀୟ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।
ପାରାଦୀପ ପୌରପାଳିକା ଅଞ୍ଚଳରେ ନିଜର ପ୍ରମୁଖ ସିଏସଆର ପଦକ୍ଷେପ ମାଧ୍ୟମରେ ଏଏମ୍/ଏନ୍ଏସ୍ ପୋର୍ଟସ୍ ଗୋଷ୍ଠୀ କଲ୍ୟାଣ ପ୍ରତି ନିଜର ଗଭୀର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ୱାର୍ଡ ନମ୍ବର ୩ର କଲ୍ୟାଣ ମଣ୍ଡପଠାରେ ଭୋକେସନାଲ୍ ଟେଲରିଂ ଟ୍ରେନିଂ ସେଣ୍ଟର, ବିଜୁ ମେମୋରିଆଲ୍ ହସ୍ପିଟାଲ୍ଠାରେ ଭିଜନ୍ ସେଣ୍ଟର, ‘ବେଟି ପଢ଼ାଓ’ ବୃତ୍ତି କାର୍ଯ୍ୟକ୍ରମ ଏବଂ ପାରାଦୀପ ପୌରପାଳିକା ଓ କୁଜଙ୍ଗ ବ୍ଲକ୍ର ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ୟାକେଟ୍ ବଣ୍ଟନ ଅନ୍ତର୍ଭୁକ୍ତ। ଏଥିସହିତ, ଏଏମ୍/ଏନ୍ଏସ୍ ପୋର୍ଟସ୍ ବିଦ୍ୟାଳୟଗୁଡ଼ିକର ଭବନ ନବୀକରଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ମଧ୍ୟ ସକ୍ରିୟ ସହଯୋଗ କରୁଛି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଏଏମ୍/ଏନ୍ଏସ୍ ପୋର୍ଟସ୍ ସାମାଜିକ ବିକାଶର ଏକ ପ୍ରମୁଖ ଅନୁପ୍ରେରକ ଭାବେ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରିଛି।
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡ଼ିଶା ଅପରେସନ୍ସ ମୁଖ୍ୟ ଶ୍ରୀ ୟୁ,ଏସ.ଆର. ରାଜୁ କହିଥିଲେ, “ଏହି ସମ୍ମାନ ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ ଏହାର କାର୍ଯ୍ୟ ପରିସରରେ ଥିବା ଗୋଷ୍ଠୀଗୁଡ଼ିକରେ ସାର୍ଥକ ପରିବର୍ତ୍ତନ ଆଣିବା ପାଇଁ ରହିଥିବା ଦୃଢ ପ୍ରତିବଦ୍ଧତାର ପ୍ରତିଫଳନ। ଆବଶ୍ୟକତାଭିତ୍ତିକ ସିଏସଆର ପଦକ୍ଷେପ ମାଧ୍ୟମରେ ଆମେ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା, ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଏବଂ ସମାଜର ବୃହତ୍ତର କଲ୍ୟାଣ ପାଇଁ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଦିଗରେ ନିରନ୍ତର ପ୍ରୟାସ କରୁଛୁ।”
ଏଏମ୍/ଏନ୍ଏସ୍ ପୋର୍ଟସ୍ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ସାଂସ୍କୃତିକ ସମୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା ପ୍ରଭାବଶାଳୀ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରତିବଦ୍ଧ ରହିଛି। ପାରାଦୀପ ପୌରପାଳିକା ପକ୍ଷରୁ ମିଳିଥିବା ଏହି ସମ୍ମାନ କମ୍ପାନୀର ଦୃଢ଼ ସହଭାଗୀତା ଗଢ଼ିବା ସହ ଏହି ଅଞ୍ଚଳର ସାମଗ୍ରିକ ବିକାଶରେ ଅବଦାନ ରଖିବାର ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିଛି।
Sign in
Sign in
Recover your password.
A password will be e-mailed to you.