ବରଗଡ଼, ଅଗଷ୍ଟ ୩୧, ୨୦୨୬: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍), ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ପକ୍ଷରୁ ଏହାର ସିଏସ୍ଆର୍ ପଦକ୍ଷେପ ଅଧୀନରେ ବରଗଡ଼ ଜିଲ୍ଲାର ଅତାବିରା ସ୍ଥିତ ଜାଙ୍ଗେଡ଼ ହାଇସ୍କୁଲ୍ ପଡ଼ିଆଠାରେ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଲହଣ୍ଡା, ଲସ୍ତଲା, ସିଲେଟ୍ ଏବଂ ଜାଙ୍ଗେଡ଼ ଗାଁର ୪ଟି ଦଳ ଅଂଶଗ୍ରହଣ କରିଥିଲେ । ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା, ଫିଟ୍ନେସ୍, ଦଳଗତ ଭାବନା ଓ କ୍ରୀଡ଼ାସୁଲଭ ମନୋଭାବକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ଫୁଟବଲ୍ ପ୍ରତିଭା ଚିହ୍ନଟ ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ।

ଟୁର୍ଣ୍ଣାମେଣ୍ଟରେ ଲହଣ୍ଡା, ଲସ୍ତଲା, ସିଲେଟ୍ ଏବଂ ଜାଙ୍ଗେଡ଼କୁ ପ୍ରତିନିଧିତ୍ୱ କରି ୪ଟି ଦଳ ଅଂଶଗ୍ରହଣ କରିଥିଲେ। ସମ୍ପୃକ୍ତ ଗାଁ ଏବଂ ନିକଟବର୍ତ୍ତୀ ଅଞ୍ଚଳରୁ ଖେଳାଳିମାନଙ୍କୁ ଚୟନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ମୋଟ ୩ଟି ମ୍ୟାଚ୍ ଖେଳାଯାଇଥିଲା ଏବଂ ଲହଣ୍ଡା ଏବଂ ଜାଙ୍ଗେଡ଼ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଫାଇନାଲ୍ ମ୍ୟାଚ୍ରେ ଲହଣ୍ଡା ଦଳ ୧–୦ ଗୋଲ୍ରେ ଜାଙ୍ଗେଡ଼କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଥିଲା । ଟିଲୁ ଖଡ଼ିଆଙ୍କୁ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା । ବିଜୟୀ ଦଳକୁ ଚାମ୍ପିଅନ୍ସିପ୍ କପ୍ ଏବଂ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ତିନୋଟି ମ୍ୟାଚ୍ରେ ମୋଟ ୧୦ଟି ଗୋଲ୍ ସ୍କୋର୍ ହୋଇଥିଲା ।

ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ଫୁଟବଲ୍ରେ ଅଂଶଗ୍ରହଣ ପାଇଁ ଏକ ସୁସଂଗଠିତ ମଞ୍ଚ ଯୋଗାଇବା ଏବଂ ସ୍ଥାନୀୟ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହା ସହିତ ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରେ ଦଳଗତ କାର୍ଯ୍ୟ ଓ କ୍ରୀଡ଼ାସୁଲଭ ମନୋଭାବକୁ ପ୍ରୋତ୍ସାହନ ଦିଆଯାଇଥିଲା।

କ୍ରୀଡ଼ା, ଗ୍ରାମୀଣ ପ୍ରତିଭା ବିକାଶ ଏବଂ ଶାରୀରିକ ଫିଟ୍ନେସ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏକ ସ୍ପୋର୍ଟ୍ସ ପ୍ରମୋସନ୍ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରୁଅଛି । ୬ଟି ସରକାରୀ ବିଦ୍ୟାଳୟରେ ଉତ୍ସର୍ଗୀକୃତ ପ୍ରଶିକ୍ଷକଙ୍କ ମାଧ୍ୟମରେ କବାଡ଼ି, ଖୋ-ଖୋ, ଆଥଲେଟିକ୍ସ ଓ ଫୁଟବଲ୍ରେ ପାଠ୍ୟକ୍ରମ ଆଧାରିତ ପ୍ରଶିକ୍ଷଣ ଏବଂ ସମୁଦାୟଭିତ୍ତିକ ତାଲିମ ପ୍ରଦାନ କରାଯାଉଛି । ଏହା ସହିତ ଉନ୍ନତ ପ୍ରଶିକ୍ଷଣ ଓ କୌଶଳ ବିକାଶ ପାଇଁ ୨ଟି ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯାଇଛି । ପ୍ରକଳ୍ପ ଅଧୀନରେ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ, କ୍ରୀଡ଼ା ସାମଗ୍ରୀ ପ୍ରଦାନ ଏବଂ ସମୁଦାୟରେ କ୍ରୀଡ଼ା ପ୍ରତି ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ମଧ୍ୟ ସାମିଲ ରହିଛି ।