ବଂଶଧାରା ସାହିତ୍ୟ ସମାଜ ର ନୂତନ କମିଟି ଗଠିତ

8

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ର ସର୍ବପୁରାତନ ସାହିତ୍ୟ ସଙ୍ଗଠନ ବଂଶଧାରା ସାହିତ୍ୟ ସମାଜ ର ଆଜି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଭାତ ଶତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ
ନୂତନ ସଭାପତି ଭାବେ ସିମାଞ୍ଚଳ କରଙ୍କୁ ମନୋନୀତ କରା ଯାଇଥିବା ବେଳେ, ଉପ ସଭାପତି ଭାବେ କୈଳାସ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ରମେଶ ମିଶ୍ର, ସହ ସମ୍ପାଦକ ଭାବେ ଉମା ଶଙ୍କର ଦାସ ଓ ଯୁଗ୍ମ ସମ୍ପାଦକ ଭାବେ ଦୁର୍ଗା ଶତପଥି ଓ ସୁନୀତା ପାଢି, ଜନ୍ତ୍ରୀକ ସମ୍ପାଦକ ଭାବେ ଶେଷସାୟୀ ଶେନାପତି ଓ କୋଶାଧ୍ଯକ୍ଷ ଭାବେ ଜିତେନ୍ଦ୍ର କୁମାର ଶତପଥୀ ଙ୍କୁ ମନୋନିତ କରାଯାଇ ଥିଲା। କାର୍ଯ୍ଯକାରୀ ସଦଶ୍ଯ ଭାବେ ରଂଜିତ ପାଢି, ସଂଯୁକ୍ତା ତ୍ରିପାଠୀ, ପ୍ରଦୀପ ପାଢି, ତ୍ରିପତି ପଣ୍ଡା, ଅଶ୍ବନୀ କୁମାର ତ୍ରିପାଠୀ, ସହଦେବ ରଥ ଓ ବିଜୟ ପାଢି ଙ୍କୁ ଚୟନ କରାଯାଇ ଥିଲା। ବରିଷ୍ଠ ସଦଶ୍ଯ ପ୍ରତାପ କୁମାର ରାୟ, ଅକ୍ଷୟ ଦାଶ, ପ୍ରଦୀପ କୁମାର ଦାଶ, ପ୍ରାଣକୃଷ୍ଣ ପାଣିଗ୍ରାହୀ, ପ୍ରଭାତ କୁମାର ଶତପଥିଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ରଖାଯାଇଛି। ଶେଷରେ ଉମା ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସାହିତ୍ୟ ସମାଜର ନିର୍ମାଣଧିନ ନୂଆ କୋଠା ର କାର୍ଯ୍ୟ ସମ୍ପୁର୍ଣ୍ଣ କରିବା, ସଦଶ୍ଯ ବୃଦ୍ଧି ସହ ନିୟମିତ ସାହିତ୍ୟ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ଵାରୋପ କରା ଯାଇଥିଲା।

Leave A Reply

Your email address will not be published.