– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ବିଦ୍ୟାଳୟର ପରିଚାଳନା କମିଟିର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଉମାଶଙ୍କର ରାଉତ , ବିଦ୍ୟାଳୟର ଶାରିରୀକ ପ୍ରମୁଖ ଶ୍ରୀଯୁକ୍ତ ମୂରଲୀ ମୋହନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଏହି ଅବସରରେ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କରାଇ ତଥା ଅତିଥିମାନେ ଆଜିକାର ଦିବସର ମହତ୍ତ୍ବ ସହ ବର୍ତ୍ତମାନ ସମୟରେ ପିଲାମାନେ ମୋବାଇଲ୍ ର ବଶବର୍ତ୍ତୀ ହୋଇ ପୂର୍ବରୁ ଖେଳାଯାଉଥିବା ଅନେକ ପାରମ୍ପରିକ ଖେଳ ତଥା ଖେଳପଡିଆ ଠାରୁ ଦୂରେଇ ଯାଉଛନ୍ତି ବୋଲି ଚିନ୍ତା ପ୍ରକଟ କରିଥିଲେ। କ୍ରୀଡ଼ା କିପରି ଜୀବନକୁ ଶୃଙ୍ଖଳିତ ତଥା ସଂଗଠିତ କରିପାରେ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ମୂରଲୀ ମୋହନ ପ୍ରଧାନ କାର୍ଯ୍ୟ କ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ସଂଯୋଜନା ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ବିଦ୍ୟାଳୟର ପରିସର ମଧ୍ୟରେ ଅନେକ ପାରମ୍ପରିକ ଖେଳ ଆୟୋଜନ କରାଯାଇ ଉକ୍ତ ଦିବସଟିକୁ ପାଳନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.