କଟକ(ରଞ୍ଜିତ ମହାପାତ୍ର)ତା ୩୦-୮-୨୬ ରିଖ – କ୍ରୀଡା ଭିତ୍ତିଭୂମି ସୁଦୃଢ଼ କରାଯାଇ କ୍ରୀଡା କ୍ଷେତ୍ରରେ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତୃଣମୂଳ ସ୍ତରରୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଯୁବ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରିବା ସହ ୨୦୧୨ ମସିହା ଠାରୁ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସମଗ୍ର ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ତିନିଦିନ ଧରି ପାଳନ କରାଯାଇଆସୁଅଛି। ଏହି ପରୀପ୍ରେକ୍ଷୀରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଅଗଷ୍ଟ ୨୮ତାରିଖରୁ ଏହି ଦିବସ ପାଳନ କରାଯାଇ ଆଜି ଉଦଯାପନୀ ଦିବସ ପାଳିତ ହୋଇଯାଇଛି। କ୍ରୀଡାବିତଙ୍କ ସମେତ କ୍ରୀଡା ସଂଗଠକ, କ୍ରୀଡ଼ାପ୍ରେମୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆଜିର ଏହି ଅବସରରେ ଏହି ଇଣ୍ଡୋର ଷ୍ଟାଡିୟମ୍ ଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଏକ ସାଇକଲ ଶୋଭାଯାତ୍ରା ସହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରି ହକି କ୍ରୀଡାରେ ଧ୍ୟାନଚାନ୍ଦଙ୍କ ଅବଦାନ ସହ ତାଙ୍କର ପ୍ରଚେଷ୍ଟାରେ ଅଲିମ୍ପିକ୍ କ୍ରୀଡାରେ ଆମ ଦେଶର ସଫଳତା ତଥା ଅନ୍ୟାନ୍ୟ କ୍ରୀଡା କ୍ଷେତ୍ରରେ ଦେଶର ଉପଲବ୍ଧି ସଂପର୍କରେ ଆଲୋକପାତ କରିଥିଲେ।ପାରମ୍ପରିକ କ୍ରୀଡା ସହ କ୍ରୀଡା ଭିତ୍ତିଭୂମିର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପ ବିଶେଷ କରି ପ୍ରତିବର୍ଷ ପ୍ରୋତ୍ସାହନ ନିମନ୍ତେ ସହାୟତା ଓ ରାଜ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଏଥି ସହ ଶାରିରୀକ ସୁସ୍ଥତା ଓ ନିରୋଗ ଜୀବନଯାପନ ନିମନ୍ତେ ରାଜ୍ୟ ସରକାଙ୍କ କ୍ରୀଡା ଓ ଯୁବ ସେବା ବିଭାଗଦ୍ୱାରା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମ ପଞ୍ଚାୟତ,ବ୍ଲକ, ସହରାଂଚଳ ମାନଙ୍କରେ ବିଭିନ୍ନ ସମୟରେ କ୍ରୀଡା, ଦୌଡ କୁଦ ତଥା ଯୋଗ,ଧ୍ୟାନ ଆଦି କାର୍ଯ୍ଯକ୍ରମମାନ ଅୟୋଜନ କରାଯାଉଅଛି ବୋଲି କହିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ତିନିଦିନ ଧରି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଆଜିର କାର୍ଯ୍ୟକ୍ରମରେ ଅଲମ୍ପିଆଡ, ଶ୍ରୀ ଡି.ପି ଇରାନୀ,ଆନ୍ତର୍ଜାତୀୟ ଫୁଟବଲ ଖେଳାଳୀ,ଶ୍ରୀ ଆର. ପି. ସିଂଙ୍କ ସମେତ ପ୍ରଶାନ୍ତ କୁମାର ତରାଇ ତଥା ଅନ୍ୟାନ୍ୟ ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ।