ଓଡ଼ିଶାରେ ଜିଓର ଦମଦାର ପ୍ରଦର୍ଶନ ଜାରି, ଜୁଲାଇ ମାସରେ ଯୋଡ଼ିଛି ସର୍ବାଧିକ ୩.୨୭ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ
- ଏକ କୋଟି ୮୫ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୮ ଲକ୍ଷରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସହିତ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାଧାନ୍ୟ ବିସ୍ତାର କରିଛି
- ଜୁଲାଇ ମାସରେ ଜିଓ ନିକଟତମ ପ୍ରତିଦ୍ବନ୍ଦୀ ଏୟାରଟେଲ୍ ତୁଳନାରେ ଓଡ଼ିଶାରେ ଚାରି ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡିଛି: ଟ୍ରାଇ ତଥ୍ୟ
ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ତଥା ସର୍ବାଧିକ ପସନ୍ଦିତ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୬ ଜୁଲାଇ ମାସରେ ରାଜ୍ୟରେ ରେକର୍ଡ ୩.୨୭ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ଓଡ଼ିଶାରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ କରିଥିବା ରିଲାଏନ୍ସ ଜିଓ ଜୁଲାଇ ମାସରେ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଏୟାରଟେଲ୍ ତୁଳନାରେ ଚାରି ଗୁଣ ଅଧିକ ନୂତନ ଉପଭୋକ୍ତା ଯୋଡିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ଜିଓ ଓଡ଼ିଶାରେ ସର୍ବାଧିକ ୩,୨୭,୦୩୪ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବା ବେଳେ, ଏହା ପଛକୁ ଏୟାରଟେଲ୍ ୮୦,୪୦୫ ନୂତନ ଗ୍ରାହକ ଏବଂ ଭୋଡାଫୋନ୍ ଆଇଡିଆ ୯୬୬୭ ନୂତନ ଗ୍ରାହକ ଯୋଡ଼ିଛନ୍ତି। ଅନ୍ୟପକ୍ଷରେ ବିଏସଏନଏଲ ଏହି ମାସରେ ରାଜ୍ୟରେ ୪୭୦୭ ଗ୍ରାହକ ହରାଇଛି। ଜିଓର ଦୃଢ଼ ଗ୍ରାହକ ଅଭିବୃଦ୍ଧି ବଳରେ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଜୁଲାଇ ମାସରେ ୪.୧୨ ଲକ୍ଷରୁ ଅଧିକ ବୃଦ୍ଧି ପାଇ ୩.୯ କୋଟି ଅତିକ୍ରମ କରିଛି।
ଓଡିଶାରେ ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ପ୍ରାଧାନ୍ୟ ଜାରି ରଖି, ଜିଓ ଜୁଲାଇରେ ପ୍ରାୟ ୧୧୦୦୦ ଜିଓଏୟାରଫାଇବର ଏବଂ ଜିଓଫାଇବର ଗ୍ରାହକ ଯୋଡିଛି। ଏଥିସହିତ ରାଜ୍ୟରେ ଜିଓ ନେଟୱାର୍କରେ ମୋଟ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି। ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ୪.୨୫ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।
ଜାତୀୟ ସ୍ତରରେ, ଜୁଲାଇ ମାସରେ ଜିଓ ୨୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୫ ଲକ୍ଷରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଏହା ସହିତ, ଦେଶରେ ଜିଓ ନେଟୱାର୍କରେ ମୋଟ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୩ କୋଟି ଅତିକ୍ରମ କରିଛି। ଜିଓ ୫ଜି ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ କ୍ଷେତ୍ରରେ ୯୨.୭ ଲକ୍ଷ ଗ୍ରାହକଙ୍କ ସହିତ ନେତୃତ୍ୱ ନେଉଛି ଏବଂ ଦେଶରେ ୟୁବିଆର ଫିକ୍ସଡ୍-ୱାୟାରଲେସ୍ ସେବାର ଏକମାତ୍ର ସେବା ପ୍ରଦାନକାରୀ ରହିଛି।
ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ, ଜିଓ ନେଟୱାର୍କରେ ବର୍ତ୍ତମାନ ସର୍ବାଧିକ ୧.୮୫ କୋଟି ମୋବାଇଲ୍ ଗ୍ରାହକ ଏବଂ ୮ ଲକ୍ଷରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ରହିଛନ୍ତି। ଏଥିସହିତ, ଜିଓ ଓ୍ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏକ ନମ୍ବର ସେବା ପ୍ରଦାନକାରୀ ଭାବରେ ଓଡ଼ିଶାରେ ଏହାର ବଜାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳଗୁଡ଼ିକରେ ହଜାର ହଜାର ଛୋଟ ସହର ଏବଂ ଗ୍ରାମରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେଇ, ଜିଓ ସେମାନଙ୍କ ଘରପାଖରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇଛି।
ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ନେଟୱାର୍କ ଭିତ୍ତିଭୂମି, ଗ୍ରାହକ-ପ୍ରଥମ ନୀତି ଏବଂ ବ୍ୟାପକ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଇ ଚାଲିଛି। ସେପ୍ଟେମ୍ବର ୨୦୧୬ ରେ ବାଣିଜ୍ୟିକ ଶୁଭାରମ୍ଭ ପରଠାରୁ ଏକ ଦଶନ୍ଧି ଧରି, ରିଲାଏନ୍ସ ଜିଓ ଓଡ଼ଶାରେ ୱାୟାରଲେସ୍ ବଜାରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଅଗଷ୍ଟ ୨୦୧୬ରେ କୌଣସି ଗ୍ରାହକ ନ ଥିବା ସୂଚନାରୁ ଆରମ୍ଭ କରି, ଜିଓ ଏହାର ପ୍ରଥମ ମାସରେ (ସେପ୍ଟେମ୍ବର ୨୦୧୬) ୫.୮ ଲକ୍ଷ ଉପଭୋକ୍ତା ରେକର୍ଡ କରିଥିଲା ଏବଂ ଜୁଲାଇ ୨୦୨୬ ସୁଦ୍ଧା ୧.୮୫ କୋଟିରେ ପହଞ୍ଚିଛି। ଜୁଲାଇ ୨୦୨୬ ସୁଦ୍ଧା, ଜିଓ ଓଡ଼ିଶାରେ ଟେଲିକମ ବଜାରର ନେତୃତ୍ୱ ନେବା ସହିତ ରାଜ୍ୟରେ ରହିଥିବା ୩.୯ କୋଟି ମୋବାଇଲ ସଂଯୋଗର ପ୍ରାୟ ୪୭.୪ ପ୍ରତିଶତ ଅଧିକାର କରିଛି ଏବଂ ଡିଜିଟାଲ କ୍ରାନ୍ତିର ସୁଫଳ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇଛି।