ସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରସ୍ତୁତି : ଛାତ୍ରଛାତ୍ରୀ, ସଫେଇ ମିତ୍ର ଓ ଏସ୍‌ଏଚ୍‌ଜିଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

35


ଓଡ଼ଗାଁ, ୨୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ଅବସରରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ୨୨ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ମୋଟ ୧୭୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିତ୍ରାଙ୍କନ, ସାଧାରଣଜ୍ଞାନ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ସେଣ୍ଟ ଜାଭିୟର ଉଚ୍ଚବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ପ୍ରିୟାଂଶୁ ସାହୁ ପ୍ରଥମ, ସରକାରୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର କୁଳଦୀପ ପ୍ରଧାନ ଦ୍ୱିତୀୟ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ତନୟା ପ୍ରିୟଦର୍ଶିନୀ ତୃତୀୟ ହୋଇଛନ୍ତି।
ତର୍କ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆଖୁପଦରର ଦଶମ ଶ୍ରେଣୀର ସ୍ୱାଧୀନୀ ଭାରତୀ ପ୍ରଥମ, ସେହି ବିଦ୍ୟାଳୟର ଏକାଦଶ ଶ୍ରେଣୀର ଇଷିତା ଦାଶ ଦ୍ୱିତୀୟ ଏବଂ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀର ସୁଚିନ୍ତିକା ସାହୁ ଓ ରଘୁନାଥ ସମବାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ସୁଚିଶ୍ମିତା ଡାକୁଆ ଯୁଗ୍ମ ତୃତୀୟ ହୋଇଛନ୍ତି। ସାଧାରଣଜ୍ଞାନ ପରୀକ୍ଷାରେ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଅରୋଶିଖା ସାହୁ ପ୍ରଥମ, ଷଷ୍ଠ ଶ୍ରେଣୀର ଶୁଭଶ୍ରୀ ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀର ପ୍ରତ୍ୟୁଷା ସାହୁ ତୃତୀୟ ହୋଇଛନ୍ତି।
ଏହାବ୍ୟତୀତ ମହିଳା ସଫେଇ ମିତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନେଇ ସଙ୍ଗୀତ ଚୌକି ଓ ହୁଳହୁଳି, ଏବଂ ପୁରୁଷ ସଫେଇ ମିତ୍ରଙ୍କୁ ନେଇ ଲୋକବାଦ୍ୟ (ଢୋଲ) ପ୍ରତିଯୋଗିତା ହୋଇଥିଲା। ସଙ୍ଗୀତ ଚୌକିରେ ଲକ୍ଷ୍ମୀ ବାରିକ ପ୍ରଥମ, କୁମା ବେହେରା ଦ୍ୱିତୀୟ ଓ ବାସନ୍ତୀ ସାହୁ ତୃତୀୟ ହୋଇଥିବାବେଳେ ଢୋଲ ପ୍ରତିଯୋଗିତାରେ ତ୍ରିଲୋଚନ ନାହାକ ପ୍ରଥମ ଓ ଚୈତନ୍ୟ ନାହାକ ଦ୍ୱିତୀୟ ହୋଇଛନ୍ତି। ହୁଳହୁଳିରେ ବାସନ୍ତୀ ସାହୁ ପ୍ରଥମ, ମହାଲକ୍ଷ୍ମୀ ନାୟକ ଦ୍ୱିତୀୟ ଓ ମିନତୀ ସାହୁ ତୃତୀୟ ହୋଇଛନ୍ତି।
ପ୍ରତିଯୋଗିତାର ବିଚାରକ ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଦାମୋଦର ଖିଲାର, ଅବସରପ୍ରାପ୍ତ ସେନାଧିକାରୀ ସାର୍ଥକ ଷଢ଼ଙ୍ଗୀ, ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅବସରରେ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ବୈଷୟିକ ସହଯୋଗୀ ମିଲନ୍ ସାହୁ, ସନ୍ଦୀପ ପାଣିଗ୍ରାହୀ ଓ ସୋମନାଥ ବେହେରା ସହଯୋଗ କରିଥିବାବେଳେ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ର ଓ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.