ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦ ତରଫରୁ ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି(ସ୍ୱୟଂଶାସିତ)ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପୌର ପରିଷଦ ଏକାଦଶ ଓ ଗଜପତି ଜିଲ୍ଲା ସାମ୍ୱାଦିକ ସଂଘ ଏକାଦଶ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏହି ୧୫ ଓଭର ସୀମିତ ମ୍ୟାଚରେ ସାମ୍ୱାଦିକ ସଂଘ ଏକାଦଶ ୯ ଓ୍ୱିକେଟରେ ବିଜୟୀ ହୋଇଛି। ପ୍ରଥମେ ଟସ୍ ଜିଣି ପୌର ପରିଷଦ ଏକାଦଶ ବ୍ୟାଟିଂ କରିଥିଲେ। ସେମାନେ ୧୫ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୮୮ ରନ୍ କରିଥିଲେ। ତାର ଉତ୍ତରରେ ସାମ୍ୱାଦିକ ସଂଘ ୧ ଓ୍ୱିକେଟରେ ୮୯ ରନ୍ କରି ବିଜୟୀ ହୋଇଥିଲେ।ସାମ୍ବାଦିକ ସଂଘ ତରଫରୁ ଜ୍ଞାନରଞ୍ଜନ ଷଡ଼ଙ୍ଗୀ ସର୍ବାଧିକ ଅର୍ଦ୍ଧଶତକ ରନ୍ କରିଥିଲେ। ପୌର ଏକାଦଶ ତରଫରୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଏବଂ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା ଖେଳିଥିଲେ।
ଶେଷରେ ଆରକ୍ଷୀ ଅଧୀକ୍ଷକ ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଭୟ ମାନସିକ ଓ ଶାରିରୀକ ସ୍ତରରେ ସୁଦୃଢ଼ ଓ ସୁସ୍ଥ ରହିବା ପାଇଁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ ଓ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଉପସ୍ଥିତ ଥିଲେ। ପୌର ପରିଷଦର ସମସ୍ତ କାଉନସିଲର ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.