ଶ୍ରାବଣ ମାସରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମର କ୍ରାନ୍ତି ସେନାର ସେବା କାର୍ଯ୍ୟ

7

ଭୁବନେଶ୍ୱର : ପବିତ୍ର ଶ୍ରାବଣ ମାସ ଅବସରରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଶ୍ରାବଣ ମାସର ଶେଷ ଦୁଇ ପାଳିରେ ଶ୍ରଦ୍ଧାଳୁ ଓ କାଉଡ଼ିଆ ଭାଇମାନଙ୍କ ପାଇଁ ଦୁଇଥର ମାଗଣା ଖାଦ୍ୟ ଓ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା।

‘ବୋଲବମ୍’ କେବଳ ଏକ ଜୟଘୋଷ ନୁହେଁ, ଏହା ଏକ ଜୀବନଦର୍ଶନ। ଭକ୍ତି ସହିତ ଶୃଙ୍ଖଳା, ତ୍ୟାଗ, ସେବା ଓ ମାନବିକତାକୁ ଯୋଡ଼ି ଦେଲେ ସମାଜ ଅଧିକ ସୁନ୍ଦର ହୋଇପାରେ। କାଉଡ଼ିଆଙ୍କ ପଦଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ମଣିଷର ଅନ୍ତରରୁ ଈଶ୍ୱରଙ୍କ ଦିଗକୁ ଏକ ପବିତ୍ର ଯାତ୍ରାର ପ୍ରତୀକ।

ଭଗବାନ ଶିବଙ୍କ ପାଇଁ କାନ୍ଧରେ ଜଳ ବହନ କରୁଥିବା କାଉଡ଼ିଆ ତ୍ୟାଗ, ଭକ୍ତି ଓ ଆତ୍ମସଂଯମର ବାର୍ତ୍ତା ଦେଇଥାଏ। ‘ବୋଲବମ୍’ ଧ୍ୱନି କେବଳ କଣ୍ଠର ଉଚ୍ଚାରଣ ନୁହେଁ, ଏହା ହୃଦୟର ଜାଗରଣର ପ୍ରତୀକ। ଭକ୍ତି ସହିତ ସେବା ଯୋଡ଼ିଗଲେ ସମାଜରେ ଶାନ୍ତି, ସମ୍ପ୍ରୀତି ଓ ମଙ୍ଗଳର ପଥ ପ୍ରଶସ୍ତ ହୁଏ।

ଏହି ସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ବିଦ୍ୟାଧର ମହାପାତ୍ର, ବାସୁଦେବ ପରିଡ଼ା, ଜାନକୀ ବଲ୍ଲଭ ଧଳ, କୃଷ୍ଣଚନ୍ଦ୍ର ରାଉତ, ଶଙ୍କର ଶଣ ବେହେରା, ବାସୁଦେବ ସାହୁ, ଅଜିତ ସାହୁ, ମୁକେଶ ସିଂ, ଆଲୋକ ମହାନ୍ତି, ହରେକୃଷ୍ଣ ବରାଳ, ଅଭିମନ୍ୟୁ, ହୃଷିକେଶ ପ୍ରଧାନ, ଦେବେନ୍ଦ୍ର ବେହେରା, ଗୋବିନ୍ଦ ପଟ୍ଟନାୟକ, ମିର୍ଜା, ତୋଫାନ ତାରିଣୀୟା, ସୋମନାଥ ବେହେରା, ଲିଟନ ମହାପାତ୍ର, ଆରତ ବେହେରା, ଦୁଷ୍ମନ୍ତ ବେହେରା ଓ ମନୋରଞ୍ଜନ ସାହୁ ପ୍ରମୁଖ ସେବା କାର୍ଯ୍ୟରେ ନିୟୋଜିତ ଥିଲେ।

ସେହିପରି ଶେଖ ସକିଲୁର ରେହେମନ, ସୁଭାଶିଷ ବେହେରା, ଦୀପକ ରାଉତ, ଜୟକୃଷ୍ଣ ବେହେରା, ଶେଖର ପ୍ରସାଦ, ସେଭେନ ବିଟ୍ସ ଟିଭି ସମ୍ପାଦକ ସାନ୍ତାନୁ ନାୟକ ଓ ସୂଚନା ଟିଭି ସମ୍ପାଦକ ସୁକାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ଡକ୍ଟର ପ୍ରମୋଦ କିଶୋର ପରିଡ଼ା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Leave A Reply

Your email address will not be published.