ଛାତ୍ର ପରିଷଦରେ ଚାରିଟି ହାଉସ ଓ ବାରଟି କ୍ଲବ ଗଠିତ
ଝାରସୁଗୁଡ଼ା-ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଶିକ୍ଷାବର୍ଷ ୨୦୨୬-୨୭ ଲାଗି ଛାତ୍ର ପରିଷଦ ଗଠନ ହେବା ସହ ଦାୟିତ୍ୱ ଅର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ଏବଂ ନବନିର୍ବାଚିତ ସଦସ୍ୟମାନଙ୍କୁ ଔପଚାରିକ ଭାବେ ପଦବୀ ପ୍ରଦାନ ସହ ଦାୟିତ୍ବ ପ୍ରଦାନ କରାଯାଇଛି । ଚାରିଟି ହାଉସ ତଥା ବରରୁଚି, ଭବଭୂତି, ଧନ୍ଵନ୍ତରୀ ଓ ପତଞ୍ଜଳି ହାଉସ ଏବଂ ବାରଟି କ୍ଲବ ଲାଙ୍ଗୁଏଜ, କୁଇଜ, ମ୍ୟୁଜିକ, ଆର୍ଟ, ଇନୋଭେସନ, ଡାନସ, ଡିଜାଷ୍ଟର ମେନେଜମେଣ୍ଟ, ଏଆଇ ଆଣ୍ଡ ସାଇବର, ଇଣ୍ଟିଗ୍ରିଟି, ହେରିଟେଜ, ହେଲଥ ଆଣ୍ଡ ୱେଲନେସ ଏବଂ ଇକୋ କ୍ଲବ ନୂତନ ଭାବରେ ଗଠିତ ହୋଇଯାଇଛି । ଅଲେଖ ବିହାରୀ ସାହୁଙ୍କୁ ହାଉସ ସଂଯୋଜକ ଓ ନୀଳିମା ପଟେଲଙ୍କୁ କ୍ଲବ ସଂଯୋଜିକା ଦାୟିତ୍ବ ପ୍ରଦାନ କରାଯାଇଛି। ଛାତ୍ର ନିର୍ବାଚନରେ ଗଣତାନ୍ତ୍ରିକ ପଦ୍ଧତିରେ ଅଶ୍ବିନୀ କୁମାର ଝା ହେଡ଼ ବୟ, ଆରୋହୀ ପ୍ରବୀଣ କିର୍ତ୍ତୀୱାର ହେଡ଼ ଗର୍ଲ, ଅଂଶ ସିଂ କ୍ରୀଡ଼ା ସମ୍ପାଦକ, ଅର୍ପିତା ପ୍ରିୟଦର୍ଶିନୀ ସାହୁ ସାଂସ୍କୃତିକ ସମ୍ପାଦିକା ଭାବରେ ନିର୍ବାଚିତ ହୋଇଛନ୍ତି । ଏଲିନା ପଟେଲ ବରରୁଚି ହାଉସ କ୍ୟାପଟେନ, ହର୍ଷିତା ତିୱାରୀ ଭବଭୂତି ହାଉସ କ୍ୟାପଟେନ, ଶ୍ରୀଆଂଶ ବିନ୍ଦଲ ଧନ୍ଵନ୍ତରୀ ହାଉସ କ୍ୟାପଟେନ ଓ ପ୍ରୀତି ପ୍ରସନ୍ନ ବିଶ୍ୱାଳ ପତଞ୍ଜଳି ହାଉସ କ୍ୟାପଟେନ ଭାବେ ମନୋନୀତ ହୋଇଛନ୍ତି।

ସେହିପରି, ଲାଙ୍ଗୁଏଜ କ୍ଲବ ପାଇଁ ସିଦୀକ୍ଷା ସିଂ, କୁଇଜ କ୍ଲବ ପାଇଁ ଲକ୍ଷ୍ୟ ସିଂ, ମ୍ୟୁଜିକ କ୍ଲବ ପାଇଁ ଶ୍ରୁତି ସଂଲଗ୍ନା ପାଣି, ଆର୍ଟ କ୍ଲବ ପାଇଁ ଅଭିପସା କର, ଇନୋଭେସନ କ୍ଲବ ପାଇଁ ଲୋପାମୁଦ୍ରା ଶତପଥୀ, ଡ୍ୟାନସ କ୍ଲବ ପାଇଁ ଅନ୍ୱେଷା ନନ୍ଦ, ଡିଜାଷ୍ଟର ମେନେଜମେଣ୍ଟ କ୍ଲବ ପାଇଁ ନିଶି ଗୁପ୍ତା, ଏଆଇ ଆଣ୍ଡ ସାଇବର କ୍ଲବ ପାଇଁ ଏସ୍. ନିର୍ବାଣୀ, ଇଣ୍ଟିଗ୍ରିଟି କ୍ଲବ ପାଇଁ ଆୟୁଷୀ ସିଂ, ହେରିଟେଜ କ୍ଲବ ପାଇଁ ଇଶିତା ପାଣିଗ୍ରାହୀ, ହେଲଥ ଆଣ୍ଡ ୱେଲନେସ କ୍ଲବ ପାଇଁ ପ୍ରିୟାଂଶୀ ସାହୁ ଏବଂ ଇକୋ କ୍ଲବ ପାଇଁ ରାଜଶ୍ରୀ ପାଣିଗ୍ରାହୀ କ୍ୟାପଟେନ ଭାବେ ମନୋନୀତ ହୋଇଛନ୍ତି। ଏନସିସି ଆର୍ମି ୱିଙ୍ଗ କମାଣ୍ଡର ଭାବେ ସତ୍ୟ ସ୍ୱରୂପ ସାହୁ, ଏନସିସି ଏୟାର ଫ୍ଲାଇଟ ସିନିୟର ଭାବେ ଶୌର୍ଯ୍ୟ ସିଂ, ପେଟ୍ରୋଲ ଲିଡ଼ର ସ୍କାଉଟ ଭାବେ ସାହିଲ ସାମଲ, ପେଟ୍ରୋଲ ଲିଡ଼ର ଗାଇଡ଼ ଭାବେ ତ୍ରିଷା ଭଣ୍ଡାରୀ, କବ ସିକସର ଭାବେ ଗୁରମିତ ସାକୁନିଆ, ବୁଲବୁଲ ସିକସର ଭାବେ ଅମିତା ପ୍ରିୟଦର୍ଶିନୀ ଲେଙ୍କା ଓ ଜେ.ଆର.ସି ଜୁନିଅର ଲିଡ଼ର ଭାବେ ସୁମିତ ଘୋଷଙ୍କୁ ମନୋନୀତ କରାଯାଇଛି। ସମସ୍ତ ହାଉସ ଓ କ୍ଲବର ସଦସ୍ୟମାନେ ଚଳିତ ଶିକ୍ଷାବର୍ଷରେ ନୂତନ ପଦବୀର ଦାୟିତ୍ୱଭାର ସୁଚାରୁରୂପେ ତୁଲାଇବା ସହିତ ବିଦ୍ୟାଳୟକୁ ଗୌରବାନ୍ୱିତ କରାଇବା ନିମନ୍ତେ ଶପଥ ପାଠ କରିଛନ୍ତି ।