ସେପ୍ଟେମ୍ବର ୮ରେ ଓଡ଼ଗାଁ କଲେଜ ପରିସରରେ ଅନୁଷ୍ଠିତ ହେବ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର

7


ଓଡ଼ଗାଁ, ୨୫ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୬-୨୭ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହି ଶିବିରରେ ଶୁନରୁ ରୁ ୬ ବର୍ଷ ବୟସର ଶିଶୁ, ଅଙ୍ଗନବାଡ଼ି ଓ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସମେତ ତଦୁର୍ଦ୍ଧ ବୟସର ନୂତନ ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗଦେଇ ପାରିବେ। ଏଥିପାଇଁ ଜନସେବା କେନ୍ଦ୍ର ଅଥବା ସ୍ୱାବଲମ୍ବନ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି। ଆବେଦନ ଫର୍ମ ସହ ଆଧାରକାର୍ଡ ନେଇ ଅନୁଷ୍ଠିତ ଶିବିରରେ ସକାଳ ୯ଟାରେ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ଠାରେ ପହଞ୍ଚି ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ପରେ ନିର୍ଦ୍ଧାରିତ କୋଠରୀରେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା-ନିରୀକ୍ଷା ଓ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯିବ। ଏନେଇ ମଙ୍ଗଳବାର ଓଡ଼ଗାଁ ବ୍ଲକ ସଭାଗୃହରେ ବିଡିଓ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଥିଲା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ ଓ ବ୍ଲକ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ଅଙ୍ଗନବାଡ଼ିଠାରୁ କଲେଜ ପର୍ଯ୍ୟନ୍ତ ପଢ଼ୁଥିବା ଏବଂ ଏହା ବାହାରେ ଥିବା ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଶିବିରରେ ଯୋଗଦେଇ ଏହାର ସୁବିଧା ହାସଲ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.