ସୁନ୍ଦରଗଡ଼,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସୁନ୍ଦରଗଡ଼ର ସାହିତ୍ୟ ଜଗତରେ ଖେଳିଯାଇଛି ଶୋକର ଛାୟା। ପ୍ରସିଦ୍ଧ ଲେଖକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଗିରି ଦଣ୍ଡସେନାଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସୁନ୍ଦରଗଡ଼ର ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକ ପ୍ରକାଶ ପାଇଛି।
ନିଜ ଲେଖନୀ ମାଧ୍ୟମରେ ସୁନ୍ଦରଗଡ଼ ମାଟିର ସାହିତ୍ୟ, ସଂସ୍କୃତି ଓ ସାମାଜିକ ଚେତନାକୁ ସମୃଦ୍ଧ କରିବାରେ ଗିରି ଦଣ୍ଡସେନାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ତାଙ୍କ ସୃଜନଶୀଳତା, ସାହିତ୍ୟ ପ୍ରତି ନିଷ୍ଠା ଓ ଲେଖନୀର ସ୍ମୃତି ସର୍ବଦା ସାହିତ୍ୟପ୍ରେମୀଙ୍କ ମନରେ ଜୀବିତ ରହିବ।
ତାଙ୍କ ବିୟୋଗ ସୁନ୍ଦରଗଡ଼ର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.