ମାଲିକାପଡ଼ି ଠାରେ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

6


ଜି.ଉଦୟଗିରି,୨୪/୦୮ (ଅବନୀ କୁମାର ପ୍ରଧାନ): ଜି.ଉଦୟଗିରି ତହସିଲ କାର୍ଯ୍ୟଳୟ ତରଫରୁ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତର୍ଗତ ମାଲିକାପଡ଼ି ରାଜସ୍ୱ ଗ୍ରାମ ଠାରେ ଆମ ଗାଁ ଆମ ତହସିଲ୍ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା।ଏହି କ୍ୟାମ୍ପ କୋର୍ଟ ରେ ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଯୋଗ ଦେଇ ୫୨ ଜଣ ଙ୍କୁ ପଟ୍ଟା ପ୍ରଦାନ କରିଥିଲେ । ୧୩ ଟି ବିବାଦୀୟ ଜମି ଗୁଡ଼ିକ ର ଶୁଣାଣି କରିଥିଲେ ଏବଂ ୧୦ଟି ଜମି ଜବରଦଖଲ ଅଭିଯୋଗ ର ସମାଧାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ଦେବାଶିଷ ଜେନା,ରାଜସ୍ୱ ସୁପରଭାଇଜର ସୁଦର୍ଶନ ସାହୁ,ରାଜସ୍ୱ ନିରୀକ୍ଷକ ଜୀତେନ୍ଦ୍ର ସାହୁ,ଅମିନ ପ୍ରତିଭା ମଞ୍ଜରୀ ବେହେରା ଏବଂ ଶୁଭଶ୍ରୀ ପ୍ରଧାନ ଏବଂ ଡିଇଓ ସତ୍ୟବାନ ପ୍ରଧାନ ପ୍ରମୁଖ ଯୋଗ ଦେଇ କ୍ୟାମ୍ପ କୋର୍ଟ ରେ ସହଯୋଗ କରିଥିଲେ । ଯାଇ ଗ୍ରାମବାସୀଙ୍କୁ ଏପରି ସେବା ଯୋଗାଇ ଦେଇଥିବାରୁ ରାଜସ୍ୱ ବିଭାଗ କୁ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ତହସିଲର ଦେବାଶିଷ ଜେନା ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.