ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍‌ରେ ଶ୍ରେୟସ ପାତ୍ର

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟ। ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ , ଗଜପତିର ଛାତ୍ର ଶ୍ରେୟସ ପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ରିଜିଅନ୍ ପକ୍ଷରୁ ଅଣ୍ଡର-୧୭ ବାଳକ ଭଲିବଲ୍ ଦଳରେ ଅଂଶଗ୍ରହଣ କରିଛନ୍ତି।
୫୫ତମ ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍ ୨୦୨୬-୨୭ ଆଗ୍ରା ରିଜିଅନ୍‌ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅଧୀନରେ ୧୭ ଅଗଷ୍ଟ ରୁ ୨୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେୟସଙ୍କ ଅଂଶଗ୍ରହଣ ତାଙ୍କର ପରିଶ୍ରମ , ନିଷ୍ଠା ଓ କ୍ରୀଡ଼ା ପ୍ରତିଭାର ପ୍ରମାଣ।
ଶ୍ରେୟସଙ୍କ ଏହି ଗୌରବମୟ ଅଂଶଗ୍ରହଣ ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ , ତାଙ୍କ ପିତା ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ମାତା ଶ୍ରୀମତୀ ସରିତା ଜେନା , ଅଭିଭାବକ ଓ କ୍ରୀଡ଼ାପ୍ରେମୀମାନେ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଭବିଷ୍ୟତରେ ଆହୁରି ଉଚ୍ଚସ୍ତରରେ ସଫଳତା ହାସଲ କରି ଗଜପତି ଜିଲ୍ଲା ଓ ଓଡ଼ିଶାର ଗୌରବ ବୃଦ୍ଧି କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.