ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡିର ଉପକଣ୍ଠ ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣାନଗର ୧ ଓ ୨ ବାସିନ୍ଦା ପାଣି ଘେରରେ ଆବଦ୍ଧ ହୋଇ ଗତ ୩ ଦିନ ହେଲା ପଡି ରହିଛନ୍ତି। ପ୍ରାୟ ୫୦ଟି ପରିବାର ଏହି ଅଞ୍ଚଳରେ ରହୁଛନ୍ତି। ଗତ ତିନିଦିନ ହେଲା ସେମାନେ ବାହାରକୁ ବାହାରି ପାରୁନାହାନ୍ତି। ନାଳର ସୁବିଧା ନଥିବାରୁ ପାଣି ନିଷ୍କାସନ କଷ୍ଟକର ହୋଇଛି। ତେଣୁ ସେଠାରେ ରହୁଥିବା ସମାଜସେବୀ ଲିଙ୍ଗରାଜ ପାଣିଗ୍ରାହୀ ଜିଲ୍ଲା ପ୍ରଶାସନକୁ ଏଦିଗରେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।