କେନ୍ଦୁଝର,ତା୨୩/୮- କେନ୍ଦୁଝର ସହରସ୍ଥ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଶାନ୍ତି ସରୋବର ଠାରେ ଆଜି ବିଶ୍ବ ବନ୍ଧୁତ୍ଵ ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରରୁ ୫୪ ୟୁନିଟ ରକ୍ତ ସଂଗୃହୀତ କରାଯାଇ ଜିଲ୍ଲା ରକ୍ତଭଣ୍ଡାରକୁ ମାନବ କଲ୍ୟାଣ ନିମନ୍ତେ ପ୍ରେରଣ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ଵର ସେଠୀ,ୱାଟକୋ ଜେନେରାଲ ମ୍ୟାନେଜର ରମେଶ କୁମାର ସିଠ,କେନ୍ଦ୍ର ମୁଖ୍ୟ ବ୍ରହ୍ମାକୁମାରୀ ଭଉଣୀ ବିନ୍ଦୁ ପ୍ରଦୀପ ପ୍ରଜ୍ଵଳନ କରି ଶିବିର ଉଦଘାଟନ କରିଥିଲେ। ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଧରଣୀଧର ବିଶ୍ବବିଦ୍ୟାଳୟ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ଉପସ୍ଥିତ ରହି ରକ୍ତଦାତାଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଭଉଣୀ ଜୟନ୍ତୀ ଥାଟୋଇ,ସ୍ଵାତୀ,ମିନତୀ, ଦୟାନିଧି ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସମାଜସେବୀ ଭକ୍ତବତ୍ସଳ ମହାନ୍ତି , ଜିଲ୍ଲା ରକ୍ତ କେନ୍ଦ୍ର ସମ୍ପାଦକ ଏଆର ଖାନ ,ପିଆରଓ ଅକ୍ଷୟସାହୁ , ଗୌରୀଶଙ୍କର ମଲ୍ଲିକ, ଟୁଲୁ ମହାନ୍ତ ,ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।
Sign in
Sign in
Recover your password.
A password will be e-mailed to you.