ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ପ୍ରକଳ୍ପ ‘ବେଦକଳା’ ମାଧ୍ୟମରେ ମହିଳା କାରିଗରମାନଙ୍କୁ ସଶକ୍ତ କରିିଛିି

31


ଝାରସୁଗୁଡ଼ା ଜିଲ୍ଲାର ୬୦ରୁ ଅଧିକ ମହିଳା କାରିଗରଙ୍କୁ ପ୍ରଶିକ୍ଷଣ; ପାରମ୍ପରିକ ସଉରା କଳାକୁ ବଜାର ଉପଯୋଗୀ ଲାଇଫ୍ଷ୍ଟାଇଲ୍ ସାମଗ୍ରୀରେ ରୂପାନ୍ତର ପାଇଁ ତାଲିମ ଦେଇଛି I


ଝାରସୁଗୁଡ଼ା, ଓଡ଼ିଶା, ୨୨ ଅଗଷ୍ଟ ୨୦୨୬:
ଆଜିକାଲିର ପାରମ୍ପରିକ କଳାଗୁଡ଼ିକ ଆଧୁନିକ ବଜାରରେ ନୂଆ ରୂୂପପାଉଥିବା ବେଳେ କାରିଗରମାନଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ସାଂସ୍କୃତିକ ଐତିହ୍ୟ ସଂରକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଛି। ଏହି ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ଗ୍ରାମୀଣ ମହିଳା କାରିଗରଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସମୁଦାୟ ଜୀବିକାଭିତ୍ତିକ ପ୍ରକଳ୍ପ ‘ବେଦକଳା’ ଅଧୀନରେ ତିନିଦିନିଆ ମିଡିୟମ୍-ଡେନ୍ସିଟି ଫାଇବରବୋର୍ଡ (ଏମଡିଏଫ) କ୍ରାଫ୍ଟ ଓ ସ୍କିଲ୍ ଡେଭଲପମେଣ୍ଟ କର୍ମଶାଳା ଆୟୋଜନ କରାଯାଇଥିଲା।
ବେଦକଳା ଏକ୍ସପିରିଏନ୍ସ ସେଣ୍ଟରରେ ଫର୍ଷ୍ଟ ସୂତ୍ର ଫାଉଣ୍ଡେସନ୍, ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଏବଂ ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ ବିଭାଗର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ୬୦ରୁ ଅଧିକ ମହିଳା କାରିଗରଙ୍କୁ ପାରମ୍ପରିକ ସଉରା କଳାରୁ ପ୍ରେରଣା ନେଇ ଆଧୁନିକ ଲାଇଫ୍ଷ୍ଟାଇଲ୍ ଓ ସ୍ମାରକୀ ସାମଗ୍ରୀ ତିଆରି କରିବାର ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଏମଡ଼ିଏଫ ଅଳଙ୍କାର, ସାଜସଜ୍ଜାମୂଳକ ଫ୍ରିଜ୍ ମ୍ୟାଗ୍ନେଟ୍ ଓ କି-ରିଙ୍ଗ୍ ଭଳି ସାମଗ୍ରୀ ତିଆରି ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଜୀବିକାର ସୁଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣକାରୀ କାରିଗରମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।
ଓଡ଼ିଶାର କଳା ଓ ହସ୍ତଶିଳ୍ପ ପରମ୍ପରାକୁ ସଂରକ୍ଷଣ କରିବା ସହ ଏହାକୁ ମହିଳାଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗରେ ପରିଣତ କରିବା ଦିଗରେ ପ୍ରକଳ୍ପ ‘ବେଦକଳା’ର ବ୍ୟାପକ ପ୍ରୟାସର ଏକ ଅଂଶ ଭାବେ ଏହି କର୍ମଶାଳାକୁ ପରିକଳ୍ପନା କରାଯାଇଥିଲା। ରାଜ୍ୟ ପୁରସ୍କାରପ୍ରାପ୍ତ ତଥା ଆଦିବାସୀ କଳାର ଅଭିଜ୍ଞ କଳାକାର ଶ୍ରୀ ଗୁରାଖ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କର୍ମଶାଳାରେ ସଉରା କଳାର ଆଧୁନିକ ପ୍ରୟୋଗ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଥିଲା। ଏହା ଅଧୀନରେ କାନଫୁଲ, ପେଣ୍ଡାଣ୍ଟ, ବ୍ରେସଲେଟ୍, ଫ୍ରିଜ୍ ମ୍ୟାଗ୍ନେଟ୍ ଓ କି-ରିଙ୍ଗ୍ ଭଳି ସାମଗ୍ରୀ ତିଆରି କରାଯାଇଥିଲା। ଡିଜାଇନ୍, ଉତ୍ପାଦ ବିକାଶ ଏବଂ ବଜାର ଉପଯୋଗୀ ହସ୍ତଶିଳ୍ପ ପ୍ରସ୍ତୁତି ଉପରେ ବ୍ୟବହାରିକ ପ୍ରଶିକ୍ଷଣ ମାଧ୍ୟମରେ କାରିଗରମାନେ ନିଜ ଉତ୍ପାଦ ପରିସର ବଢ଼ାଇବା ସହ ନୂଆ ଜୀବିକାର ସୁଯୋଗ ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ହାସଲ କରିଥିଲେ।

ବର୍ତ୍ତମାନ ପ୍ରକଳ୍ପ ‘ବେଦକଳା’ ଝାରସୁଗୁଡ଼ାର ୧୦୦ରୁ ଅଧିକ କାରିଗରଙ୍କୁ ବାଉଁଶ, ସଉରା ଓ ସବାଇ ଘାସ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରି ସହଯୋଗ କରୁଛି। ଏଥିସହିତ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ବଜାର ସହ ଯୋଡ଼ିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି।
ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସିଇଓ ଶ୍ରୀ ସି. ଚନ୍ଦ୍ରୁ କହିଛନ୍ତି, “ଓଡ଼ିଶାର ସମୃଦ୍ଧ କଳା ପରମ୍ପରା ଏକ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ହେବା ସହ ସମୁଦାୟଭିତ୍ତିକ ଆର୍ଥିକ ପ୍ରଗତି ପାଇଁ ଏକ ବଡ଼ ସୁଯୋଗ ରହିଛି। ପ୍ରକଳ୍ପ ‘ବେଦକଳା’ ମାଧ୍ୟମରେ ଆମେ ଏପରି ଏକ ପରିବେଶ ସୃଷ୍ଟି କରୁଛୁ, ଯେଉଁଠାରେ ମହିଳା କାରିଗରମାନେ ନିଜ ଦକ୍ଷତାକୁ ଆହୁରି ସୁଦୃଢ଼ କରିବା, ଆଧୁନିକ ଡିଜାଇନ୍ ଆପଣାଇବା ଏବଂ ନୂଆ ଜୀବିକାର ସୁଯୋଗ ହାସଲ କରିପାରିବେ। ଆମର ଲକ୍ଷ୍ୟ ହେଉଛି ଏହି ମହିଳାମାନଙ୍କୁ ଆତ୍ମବିଶ୍ୱାସୀ ଉଦ୍ୟୋଗୀ ଭାବେ ଆଗକୁ ବଢ଼ିବାରେ ସକ୍ଷମ କରିବା ଏବଂ ସଉରା ଭଳି ସ୍ୱଦେଶୀ କଳାରୂପକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପ୍ରାସଙ୍ଗିକ, ସମ୍ମାନିତ ଓ ଆର୍ଥିକ ଭାବେ ସ୍ଥାୟୀ ରଖିବା।”

କର୍ମଶାଳାରେ ଅଂଶଗ୍ରହଣ କରିଥିବା ପଟ୍ରାପାଲିର କାରିଗର ଝରଣା ଭୂଷଣ କହିଛନ୍ତି, “ଆମେ ପିଲାଦିନରୁ ଦେଖିଆସୁଥିବା ପାରମ୍ପରିକ କଳାରୂପକୁ କିପରି ଦୈନନ୍ଦିନ ବ୍ୟବହାରର ସାମଗ୍ରୀରେ ସହଜରେ ରୂପାନ୍ତର କରାଯାଇପାରେ, ଏହି ପ୍ରଶିକ୍ଷଣରୁ ଆମେ ତାହା ଶିଖିଲୁ। ଏହି କୌଶଳ ଆମକୁ ନୂଆ ଚିନ୍ତାଧାରା ସହ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିପାରୁଥିବା ସାମଗ୍ରୀ ତିଆରି କରିବାର ଆତ୍ମବିଶ୍ୱାସ ଦେଇଛି। ଆମେ ଆଶା କରୁଛୁ ଏହି ଦକ୍ଷତା ଆମକୁ ସ୍ଥାୟୀ ଜୀବିକା ଅର୍ଜନରେ ସହାୟତା କରିବା ସହ ପିଢ଼ି ପରେ ପିଢ଼ି ଚାଲିଆସିଥିବା ଏହି କଳାକୁ ସଂରକ୍ଷଣ କରିବାରେ ସହାୟକ ହେବ।”
ପ୍ରକଳ୍ପ ‘ବେଦକଳା’ ଭଳି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ମହିଳାଙ୍କ ନେତୃତ୍ୱାଧୀନ ଜୀବିକାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶାର ସମୃଦ୍ଧ କଳା ଐତିହ୍ୟକୁ ସଂରକ୍ଷଣ କରୁଛି। ଏହି କାର୍ଯ୍ୟକ୍ରମ କମ୍ପାନୀର ବ୍ୟାପକ ସମୁଦାୟ ବିକାଶ ପ୍ରୟାସର ଏକ ଅଂଶ। ଏହି ପ୍ରୟାସଗୁଡ଼ିକ ମଧ୍ୟରେ ସ୍ଥାୟୀ ଜୀବିକା, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଜଳ ଓ ପରିମଳ, ସମୁଦାୟ ଭିତ୍ତିଭୂମି, ଜୈବବିବିଧତା ସଂରକ୍ଷଣ ଏବଂ ତୃଣମୂଳସ୍ତରର କ୍ରୀଡ଼ା ଓ ସଂସ୍କୃତି ଭଳି କ୍ଷେତ୍ର ସାମିଲ ରହିଛି। ସରକାରୀ ଏଜେନ୍ସି, ସିଭିଲ୍ ସୋସାଇଟି ସଂଗଠନ ଏବଂ ସ୍ଥାନୀୟ ସମୁଦାୟର ସହଭାଗିତାରେ ଏହି କାର୍ଯ୍ୟକ୍ରମଗୁଡ଼ିକ ରୂପାୟଣ କରାଯାଉଛି।
ଓଡ଼ିଶା ପ୍ରତି ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତା ଏହାର ବ୍ୟବସାୟିକ କାର୍ଯ୍ୟକଳାପ ଠାରୁ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପି ରହିଛିି। କେବଳ ଆର୍ଥିକ ବର୍ଷ୨୬ରେ କମ୍ପାନୀର ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜୀବିକା ବିକାଶ କ୍ଷେତ୍ରରେ ୮ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସମାବେଶୀ ବିକାଶ ଓ ସ୍ଥାୟୀ ସାମାଜିକ-ଆର୍ଥିକ ଉନ୍ନତିରେ ବେଦାନ୍ତ ଆଲୁମିନିୟମ ନିରନ୍ତର ଅଵଦାନ ଅତୁଳନୀୟ ଅଟେ।

Leave A Reply

Your email address will not be published.