କେନ୍ଦୁଝର,ତା୧୯/୮- କେନ୍ଦୁଝର ଜିଲ୍ଲାର ଘଟଗାଁ ରେଞ୍ଜ, ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତର ବଡ଼ମହୁଲଡିହା ଗ୍ରାମ ଜଙ୍ଗଲରେ ୨୪ ଟିକିଆ ହାତୀପଲ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ତେବେ ପୁଣିଥରେ ହାତୀ ପଲକୁ ଘଉଡେଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ପ୍ରସନ୍ନ ନାଏକଙ୍କ ପୁଅ ବିଡିଓ ନାଏକ (୪୧)। ତାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ସେ ଅତି ନିକଟରୁ ହାତୀ ପଲକୁ ଘଉଡେଇବାକୁ ଯାଇ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ହାତୀମାନଙ୍କ ପାଖକୁ ନଯିବାକୁ ଓ ହାତୀ ମାନଙ୍କୁ ନ ଚିଡ଼େଇବାକୁ ବନବିଭାଗ ତରଫରୁ ବାରମ୍ବାର ସୂଚନା ଦିଆଯିବା ପରେ ବି ସାଧାରଣ ଜନତାଙ୍କ ଚେତା ପଶୁନାହିଁ ଯାହା ଏପରି ଦୁଃଖଦାୟକ ପରିବେଶ ସୃଷ୍ଟି କରୁଛି।
Sign in
Sign in
Recover your password.
A password will be e-mailed to you.