କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ରୀର ସଫଳତା

15

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୫/୮/୨୦୨୬ ଠାରୁ ୧୯/୮/୨୦୨୬ ପର୍ଯ୍ୟନ୍ତ ଏୟାର ଫୋର୍ସ ଇନ୍ଦୂର୍ ସ୍ପୋର୍ଟସ କମ୍ପ୍ଲେକ୍ସ , କେନ୍ଦ୍ରୀୟ ବିଦ୍ୟାଳୟ ନମ୍ୱର -୨ , ଜଳାହ୍ଲି (ଇଷ୍ଟ) ବାଙ୍ଗାଲୋର ଠାରେ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ଡାଇକୋନଡୁ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବାରା ଆୟୋଜନ କରଯାଇଥିଲା।
ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୮୦୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଗଜପତି ଜିଲ୍ଲାର , ଜିଲ୍ଲା ଟାଇକୋନ୍‌ଡୁ ଅନୁଷ୍ଠାନରୁ ଜଣେ ବାଳିକା ସୁବର୍ଣ୍ଣା ସାହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସୁବର୍ଣ୍ଣା ସାହୁ (ଅଣ୍ଡର -୧୭ , ଅଣ୍ଡର-୫୯ କେଜି ୱେଟ୍ କେଟଗୋରୀ) ରେ ଅଂଶଗ୍ରହଣ କରି କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲାର ମାନ ରଖିଛନ୍ତି ବୋଲି ଗଜପତି ଜିଲ୍ଲା ତାଇକୋନଡୁ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଏକ ପ୍ରେସ ବିବୃତ୍ତି ରେ ଜଣାଇଛନ୍ତି।

Leave A Reply

Your email address will not be published.