ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: – ଆଜି ୧୯/୮/୨୬ ଗୁଣପୁର ସହର ମଧ୍ୟରେ ଥିବା ଦେଵୋତ୍ତର ବିଭାଗ ଅଧିନସ୍ଥ ମନ୍ଦିର ଗୁଡ଼ିକ ରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି। ଦେବୋତ୍ତର ଅଧିକାରୀ ମାନଙ୍କ ଅବହେଳା ତଥା ପରିଦର୍ଶନ ଅଭାବ ଯୋଗୁଁ ଅନେକ ମନ୍ଦିର ରେ ନୀତିକାନ୍ତି ରେ ବିଭ୍ରାଟ ଦେଖାଦେଉଛି। ମନ୍ଦିର ପୂଜକ ମାନେ ନିଜ କ୍ୟୁ-ଆର କୋଡ଼ ଲଗାଇ ଦାନ ଅର୍ଥ ଆଦାୟ କରୁଥିବା ବେଳେ ମନ୍ଦିର ମାନଙ୍କ ରେ ଅତ୍ୟାବଶ୍ୟକ ବିଦ୍ୟୁତ ବିଲ୍,ସଫେଇ, ଭୋଗ ରାଗ ଇତ୍ୟାଦି ମିଳିବା ଅସୁବିଧା ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ କିଛି ମନ୍ଦିର ରେ ଭୋଗ ପ୍ରସାଦ ବିକ୍ରୀ କରି ଆଦାୟ ଅର୍ଥ ର କିଛି ଅଂଶ ମଧ୍ୟ ମନ୍ଦିର ଉନ୍ନତି ରେ ଦେଉନଥିବା ଏବଂ ଭକ୍ତ ମାନଙ୍କୁ ନିମ୍ନ ମାନର ଭୋଗ ପ୍ରସାଦ ଦିଆଯାଉଥିବା ଅନେକ ସମୟରେ ଅଭିଯୋଗ ହେଉଛି। ମନ୍ଦିର ପ୍ରସାଦ ବିକ୍ରି କୁ ଟେଣ୍ଡର ପ୍ରକ୍ରିୟା କରିବା , ଦେବୋତ୍ତର ଅଧିକାରୀ ଙ୍କ ନିୟମିତ ମନ୍ଦିର ପରିଦର୍ଶନ,ମନ୍ଦିର ଗୁଡିକ ର ଷ୍ଟକରାଜିଷ୍ଟ୍ର କରିବା, ପୂଜକ ମାନଙ୍କ ରୋଷ୍ଟାର ଚାର୍ଟ କରିବା ଇତ୍ୟାଦି ଦାବୀ ନେଇ ଆଜି କଳିଙ୍ଗ ସାମ୍ବାଦିକ ସଂଘ ଗୁଣପୁର ଶାଖା ତରଫରୁ ସଂଘ ର ଆବାହକ ଶ୍ରୀ ଶକ୍ତି ପ୍ରଦ ଦାଶ, ଉପ ସଭପତି ଇପିଲି ଶାବବିଶ୍ , ସଦସ୍ୟ ତଥା ସଂଘ ର ଉପଦେଷ୍ଟା ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ସମ୍ପାଦକ ପିଙ୍କି ମହାପାତ୍ର, ସଂଗଠନ ସମ୍ପାଦକ କିରଣ କୁମାର ପାଣିଗ୍ରାହୀ, ସଦସ୍ୟ ସଂକେତ କୁମାର ପାତ୍ର ଓ ଚେପାଲି ପ୍ରେମ କୁମାର ପ୍ରମୁଖ ଉପଜିଲ୍ଲାପାଳ ଙ୍କ ସହ ସାକ୍ଷାତକରି ୬ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ କିଛି ବୁଦ୍ଧିଜୀବୀ ଙ୍କୁ ନେଇ ଦେଵୋତ୍ତର ପରାମର୍ଶ କମିଟି ଗଠନ ପରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ମତ ଦେଇଥିଲେ। ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ହେବାକୁ ଥିବା ବୈଠକରେ ଏ ନେଇ ପ୍ରଶାସନ ପକ୍ଷରୁ କଣ ଖସଡ଼ା ପ୍ରସ୍ତୁତ ହେଉଛି।