ଆକସ୍ମିକ ଦୁର୍ଘଟଣା ରେ ଚାଲିଗଲା ଯୁବକ ଙ୍କ ଜିବନ ବାହୁନୀ କାନ୍ଦୁଛନ୍ତି ବାପା ମାଁ

8

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଶିଶୁ ମନ୍ଦିର ପାର୍ଶ୍ଵରେ ତଥା ଉକ୍ତ ସ୍ଥାନର ଜାମପଲ୍ଲୀ ରାସ୍ତା ଛକ ପାଖରେ ଥିବା ଏକ ଦୋକାନ ଘର ଉପରେ ଥିବା ବିଦ୍ୟୁତ ତାରରେ ଲୁହା ଫ୍ଲେକ୍ସ ବେନେର୍ ଫ୍ରେମ ଲାଗି ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

କୁଲାଡ଼ ଗ୍ରାମର ଜଣେ ଜଣାଶୁଣା ତଥା ସୁମଧନ୍ୟ ରୋଷେଇୟା ଭାବରେ ପରିଚିତ ବନମାଳୀ ପାତ୍ର (ଟୁନାପାତ୍ର) ଙ୍କ ବଡ଼ପୁଅ ବିଶ୍ୱଜିତ ପାତ୍ର ,ବଳିଆ (୨୫) ର ଆଜି ସକାଳେ ସମୟରେ ଭଞ୍ଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଥିବା ଏକ ଦୋକାନ ଘର ଉପରେ ବିଦ୍ୟୁତ ଆଘାତରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି। ଆଜି ସକାଳ ସମୟରେ ବାଗଦେବୀ ରୋଡ଼ ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାଶ୍ଵ ଠାରେ ଏକ ଟିଫିନ ହୋଟେଲ ଉପରେ ବୋର୍ଡ ମାରିବାକୁ ଯାଇଥିବା ବେଳେ ହଟାତ ବିଦୂତ ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳୁ ଲୋକମାନେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ ଡାକ୍ତର ସେଥରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ସେ ଭଞ୍ଜନଗର ସହରର ରେଡ୍ କ୍ରସ୍ ରୋଡ,ଖାଲାସିସାହି ଠାରେ ରହୁଥିଲେ। ଅତି ଜଣାଶୁଣା ସୁପକାର ବା ରୋଷେୟା ଟୁନା ପାତ୍ର ଙ୍କ ଦୁଇପୁଅ ମଧରୁ ବିଶ୍ଵଜିତ ପାତ୍ର ବା ବଳିଆ ହେଉଛନ୍ତି ଘରର ପାରିବା ବଡପୁଅ। ଆଜି ବିଶ୍ଵଜିତ ଙ୍କ ଆକସ୍ମିକ ଦୁର୍ଘଟଣା ମୃତ୍ୟୁ କୁ ନେଇ ଭାଂଗି ପଡ଼ିଛନ୍ତି, ତାଙ୍କ ବାପା, ମାଁ ପରିବାର ବର୍ଗ। ତତ୍ ସହିତ ଏହି ଘଟଣାରେ ସ୍ଥନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଯାଇଛି।

Leave A Reply

Your email address will not be published.