ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଗଜପତି ପୋଲିସର ଅଭିଯାନ ଜାରି

13

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଉପଦ୍ରବ ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଥିଲା।
ଏହି ଅଭିଯାନ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ପ୍ରତାପ ଚନ୍ଦ୍ର ଦାସ (୫୨) , ଚିନ୍ମୟ କୁମାର ବକ୍ସି (୨୨) , ରାଜେନ୍ଦ୍ର କୁମାର ପଣ୍ଡା (୩୭) ଏବଂ ଲୋପିଣ୍ଟା ଲକ୍ଷ୍ମଣ ରାଓ (୨୮)ଙ୍କୁ ଧରାଯାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପାରଳାଖେମୁଣ୍ଡି ଥାନାକୁ ଅଣାଯାଇଥିଲା।
ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ , ଉପଦ୍ରବ ଏବଂ ଜନଶାନ୍ତି ଭଙ୍ଗ କରୁଥିବା କାର୍ଯ୍ୟ ବିରୋଧରେ ଗଜପତି ପୋଲିସର ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ସର୍ବସାଧାରଣ ସ୍ଥାନରେ ମଦ୍ୟପାନରୁ ବିରତ ରହିବା ସହ ପୋଲିସକୁ ସହଯୋଗ କରିବା ପାଇଁ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।

Leave A Reply

Your email address will not be published.