ବେଲଗୁଣ୍ଠା-୧୬/୮–(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ବେଲଗୁଣ୍ଠା ପ୍ରେସ୍ କ୍ଳବ ଠାରେ ମୁଖ୍ୟ ଅତିଥି ଭାବେ ତହସିଲଦାର କଳାକୃଷ୍ଣ ପ୍ରଧାନ ପତାକା ଉତ୍ତୋଳନ କରି ସାମ୍ବାଦିକ ଏକତା ଓ ଅଖଣ୍ଡ ଭାରତ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ।ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସୁର୍ଯ୍ୟ ନାରାୟଣ ତ୍ରିପାଠୀ ଓ ପ୍ରେସ୍ କ୍ଳବର ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିବା ବେଳେ ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ସଙ୍ଗଠକ ନୀଳାଚଳ ମହାପାତ୍ର, କାଉନସିଲର ଏସ୍ ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ, ବିଶ୍ୱନାଥ ଦଳେଇ, ବିଶିଷ୍ଟ ସମାଜ ସେବୀ ଭି.ଦେବୀ ପ୍ରସାଦ ପାତ୍ର,ବରିଷ୍ଠ ଚିକିତ୍ସକ ଡଃ ପବିତ୍ର କୁମାର ସାହୁ, ତଥା ୟୁନାଇଟେଡ କ୍ଳବ୍ ୯୯ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟାଳୟ ଠାରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ପତାକା ଉତ୍ତୋଳନ କରିଥିଲେ ।ସେହିପରି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ତରଫରୁ ବ୍ଲକ୍ ପଡ଼ିଆରେ ସାର୍ବଜନୀନ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା ।ଏଥିରେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସମେତ ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ,ଥାନାଧିକାରୀ ରେବତୀ ଶବର ଓ ସମସ୍ତ କାଉନସିଲର ପ୍ରମୁଖ ଯୋଗଦେଇଥିଲେ ।ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏନଏସି ତରଫରୁ ପୁରସ୍କୃତ କରାଯାଇଥିଲା।
ତହସିଲ କାର୍ଯ୍ୟାଳୟରେ ତହସିଲଦାର, ବ୍ଲକ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷା ମମତା ଭୋଳ, ମେଡିକାଲରେ ଡାକ୍ତର ସବିତା ବେହେରା ଏବଂ ଡାକଘରେ ପୋଷ୍ଟ ମାଷ୍ଟର ଅକ୍ଷୟ କୁମାର ବେହେରା ପତାକା ଉତ୍ତୋଳନ କରିଥିଲେ। ସେହିପରି ଡିଗ୍ରୀ କଲେଜରେ ଅଧ୍ୟକ୍ଷ ଅଜିତ ପଟ୍ଟନାୟକ,ଗୋବରା ପିକେ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ମାମା ପରିଡା, କ୍ଷତ୍ରିୟବର ପୁର ଡିଗ୍ରୀ କଲେଜରେ ଅଧ୍ୟକ୍ଷ ଗିରିଧର ନାୟକଙ୍କ ସମେତ ବେଲଗୁଣ୍ଠା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପଟେଲ୍ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭି. ଦେବୀ ପ୍ରସାଦ ପାତ୍ର, ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଅବସରପ୍ରାପ୍ତ ଆର୍ ଆଇ ଶଶି ଭୂଷଣ ଆଚାରୀ,କଳିଙ୍ଗ ବୈଶ୍ୟ ମହିଳା ସଂଘରେ ସଭାନେତ୍ରୀ ସ୍ୱପ୍ନାରାଣୀ ସୁବୁଦ୍ଧି ଏବଂ ଅମୃତ ୟୁଥ୍ କ୍ଲବ ଓ ସରସ୍ଵତୀ ଶିଶୁ ବିଦ୍ୟା ଭବନ ରେ ପ୍ରଶାନ୍ତ କୁମାର ସାହୁ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ସନ୍ତୋଷ ପଣ୍ଡା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କେଏସୟୁବି କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡଃ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗାଙ୍ଗପୁର ଥାନାରେ ଅତିରିକ୍ତ ଥାନାଧିକାରୀ ସରଲତା ପ୍ରଧାନ, ଗାଙ୍ଗପୁର ପଞ୍ଚାୟତରେ ପୁର୍ବତନ ସରପଞ୍ଚ ସୁରେନ୍ଦ୍ର ଡାକୁଆ, ଏମବିଏସ କୋଲା କାଯ୍ୟଳୟ ରେ ସିଏମଡି ବସନ୍ତ କୁମାର ବିଷୋୟୀ, ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ପତାକା ଉତ୍ତୋଳନ କରିଥିଲେ ।ବଙ୍କା ପଞ୍ଚାୟତ ଓ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା, ନଟେଙ୍ଗା ପଞ୍ଚାୟତରେ ସରପଞ୍ଚ ସୁପ୍ରଭା ଗୌଡ଼, ବେଣିପଲ୍ଲୀ ପଞ୍ଚାୟତରେ ସରପଞ୍ଚ ଦୁର୍ଗା ମାଧବ ନାୟକ ଏବଂ ବଡ଼ବୋରସିଂ ପଞ୍ଚାୟତରେ ସରପଞ୍ଚ ଏସ୍. ରାମେଶ୍ୱର ପାତ୍ର ଜାତୀୟ ପତାକା ଉତ୍ତୋଳନ କରି ଦେଶମାତୃକାକୁ ସମ୍ମାନ ଜଣାଇଥିଲେ। ନଟେଙ୍ଗା ସେବା ସମବାୟ ସମିତି, ଗ୍ରାମ କୋଠଘର, ଚକରା ବିଷୋୟୀ କ୍ଲବ, ମଣ୍ଡଳ ଆଳିଆ ଖଣ୍ଡାୟତ ସମାଜ ଓ ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଦି ସ୍ଥାନରେ ପୂର୍ବତନ ସରପଞ୍ଚ ତଥା ଆଳିଆ ଖଣ୍ଡାୟତ ସମାଜର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା, ସେହିପରି ଗୋବରା ସ୍ଥିତ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ ପତାକା ଉତ୍ତୋଳନ କରିଥିବା ବେଳେ ସମିତି ସଭ୍ୟ ତଥା ବିଶ୍ଵଭାରତୀ ଅଧକ୍ଷ କୁଞ୍ଜ ବିହାରୀ ନାୟକ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.