ଜି.ଉଦୟଗିରି ରେ ପାଳିତ ହେଲା ୮୦ ତମ ସ୍ବାଧିନତା ଦିବସ

9

ଜି.ଉଦୟଗିରି,୧୫/୦୮(ଅବନୀ କୁମାର ପ୍ରଧାନ) ସ୍ଥାନୀୟ ପ୍ରଶାସନ ତରଫରୁ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଏନଏସି ଏବଂ ପଞ୍ଚାୟତ ସ୍ତରୀୟ ୮୦ତମ ସ୍ୱାଧିନତା ଦିବସ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନିୟ ତହସିଲଦାର ସମୁଦ୍ର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ଯୋଗ ଦେଇଥିଲେ।ଏହି ସାମୁହିକ ସ୍ୱାଧିନତା ଦିବସ ପାଳନ ସମାରୋହ ପ୍ୟାରେଡ୍ ରେ ଏନଏସି ଏବଂ ପଞ୍ଚାୟତ ରୁ ବହୁ ବିଦ୍ୟାଳୟ ଯୋଗ ଦେଇଥିଲେ। ଜାତୀୟ ପତାକା ଉତ୍ତୋଳନ ପରେ ସାମୁହିକ ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିବା ଦଳ ଗୁଡ଼ିକ ଠାରୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ସାମୁହିକ ପ୍ୟାରେଡ୍ ର ବିଚାରକ ଭାବେ ସ୍ଥାନିୟ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରତାପ ଚଦ୍ର ପ୍ରଧାନ, ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ, ଅଗ୍ନିଶମ ଅଧିକାରୀ ମହେଶ୍ୱର ପ୍ରଧାନ, ବନ ଅଧିକାରିଣୀ ମାଣିକେଶ୍ୱରୀ ପଟ୍ଟନାୟକ ଯୋଗଦେଇଥିଲେ । ପ୍ୟାରେଡ୍ ପରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସାମୁହିକ ପ୍ୟାରେଡ ରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ପୁରସ୍କୃତ କରାଯିବା ସହ ଅଂଶଗ୍ରହଣ କରିଥିବା ଅନ୍ୟ ଦଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଦଳ ଗୁଡ଼ିକୁ ମଧ୍ୟ ସାନ୍ଵନା ମୂଳକ ପୁରଷ୍କାର ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଶିକ୍ଷକ ବିଜୟ ମିଶ୍ର, ସଞ୍ଜୟ ସାହୁ, ସରୋଜ ଦାସ, ଶାନ୍ତନୁ ପ୍ରଧାନ, ଏମଡି ଜମିଲ, ଭେଙ୍କଟେଶ୍ବର ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ।ସେହିପରି ଅତିରିକ୍ତ ଉପଖଣ୍ଡ କାର୍ଯ୍ୟଳୟ,ବ୍ଲକ କାର୍ଯ୍ୟାଳୟରେ ଅଧିକାରୀ ସତ୍ୟନାରାୟଣ ମିଶ୍ର,ଏନଏସି କାର୍ଯ୍ୟାଳୟ ଅଧିକାରୀ ଆଶୁତୋଷ ଗୌରବ କର, ମିଡ଼ିଆ କ୍ଲବ ତରଫରୁ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ ପତାକା ଉତ୍ତୋଳନ କରିଥଲେ । ତତ୍ ସହିତ ଅବସରପ୍ରାପ୍ତ ସେନା କାର୍ଯ୍ୟଳୟ,ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ମୋଟର ଚାଳକ ସଂଘ,ପଞ୍ଚାୟତ କାର୍ଯ୍ୟାଳୟରେ ମହାସମାରୋହରେ ସ୍ୱାଧିନତା ଦିବସ ପାଳିତ ହୋଇଥିଲା |

Leave A Reply

Your email address will not be published.