ଖୋର୍ଦ୍ଧାରୁ (ସେକ ଜାଫର): ଖୋର୍ଦ୍ଧା: ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ୮୦ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍କୁଲ ପରିସର ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ଜାତୀୟ ପତାକା ଉତ୍ତଳୋନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ସାମନ୍ତରାୟ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ଉଦବୋଧନ ଦେଇ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସମର୍ପି ଦେଇ ଥିବା ମହାପୁରୁଷ ଙ୍କ ଅବଦାନ ସମ୍ପର୍କରେ ସ୍ମରଣ କରିଥିଲେ। ଅଖଣ୍ଡ ଭାରତବର୍ଷ କୁ ଭବିଷ୍ୟତ ରେ ସୁରକ୍ଷିତ ରଖିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍କୁଲ ଅଧ୍ୟକ୍ଷା ମମତାଞ୍ଜଳୀ ପଟ୍ଟନାୟକ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହୋଇ ଦେଶ ମାତୃକାର ସେବା କରିବାକୁ ଆହ୍ୱାନ ଦେଇଥିଲେ।

ସ୍କୁଲ ତରଫରୁ ଏକ ସପ୍ତାହ ଧରି ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅଗଷ୍ଟ ମାସ ୧୩ତାରିଖ ଦିନ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ ଅବସର ରେ ବହୁ ଛାତ୍ର ଛାତ୍ରୀ ତୁଷାର ରଂଜନ ମହାନ୍ତି, ବିରଞ୍ଚି ନାରାୟଣ ପଣ୍ଡା, ସୁମିତା ତ୍ରିପାଠୀ, ବର୍ଣାଲି ମାଜି , ରଚିତା ସ୍ୱାଇଁ, ବସନ୍ତ କୁମାର ଖୁଣ୍ଟିଆଙ୍କ ନେତୃତ୍ୱରେ ସହର ପରିକ୍ରମା କରିଥିଲେ। ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଶିକ୍ଷୟତ୍ରୀ କରଶିମା ସାହୁ, ଏବଂ ଲିମନ ବଡ଼ଜେନା ଙ୍କ ନିର୍ଦ୍ଦେଶନାରେ ଚିତାକର୍ଷକ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଆରକ୍ଷୀ ଅଧିକାରୀ ବି ପୁରୁଷୋତ୍ତମ ଦାସ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ।