ଖୋର୍ଦ୍ଧା (ସେକ ଜାଫର ): ଖୋରଧା -15. 8:- ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ପରିସରରେ ସଦସ୍ୟବୃନ୍ଦ 80 ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଏବଂ ମଞ୍ଚର ସମ୍ପାଦକ ରାମଶଙ୍କର ଜାତୀୟ ପତାକା ଉତ୍ତୋଳନ କରିଥିଲେ ll ଅପରାହ୍ନରେ ମଞ୍ଚର ସଭାଗୃହରେ ସ୍ୱାଧୀନତା ସଂଗ୍ରାମୀ ସହିଦ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ନିମନ୍ତେ ଦେଶାତ୍ମକବୋଧକ କବିତା ପାଠ କରାଯାଇଥିଲା l ବୈକୁଣ୍ଠ ନାଥ ରାଜଗୁରୁ ପୌରହିତ୍ୱ କରିଥିଲେ ଓ ଗୋବିନ୍ଦ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ l
ଅନୁଷ୍ଠାନର ସଦସ୍ୟ ଡ଼ ବୃନ୍ଦାବନ ପଣ୍ଡା, ଡ଼.ଚପଳା ପଣ୍ଡା, ରମେଶ ଚନ୍ଦ୍ର ଦାଶ,ବିଜୟ କୁମାର ସାମନ୍ତସିଂହାର,ଆରତୀ ମଞ୍ଜରୀ ଦାଶ,ପ୍ରଫୁଲ୍ଲ କୁମାର ସାମନ୍ତରାୟ, ବିନାୟକ ପାଇକରାୟ, ପ୍ରଫୁଲ୍ଲ କୁମାର ସାହୁ, ରାଜକିଶୋର ବଳିୟାରସିଂହ, କୈଳାସ ଚନ୍ଦ୍ର ପୃଷ୍ଟି,ଭୁବନେଶ୍ୱର ମିଶ୍ର, ଭଗବାନ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ ll ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ll