ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

10


ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଦୀପ ପ୍ରଜ୍ବଳନ ପୂର୍ବକ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ ରେ ଅଭିଭାଦନ ଗ୍ରହଣ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜୀବନାନନ୍ଦ ଶତପଥି ଗୁରୁଜୀ ସଂଯୋଜନା କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ଵତ ପରିଷଦ ସଭାପତି ତ଼ଃ ବାଞ୍ଚାନିଧି ପଣ୍ଡା, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ । ସୌରଭ ବୁକସ୍ କଟକ ତରଫରୁ ମାକେଟିଂ ମାନେଜର ପଣ୍ଡିତ ସମରେନ୍ଦ୍ର ଆଚାର୍ଯ୍ୟ ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନ ରେ ସୌରଭ ଟେଷ୍ଟପେପର କୁପନ ଲକି ଡ୍ର ରେ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ବିଦ୍ୟାମନ୍ଦିର ପରିସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ ରେ ଅଭିଭାଦନ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ଓ ନିମନ୍ତ୍ରିତ ସଦସ୍ୟ ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ ଯୋଗ ଦେଇଥିଲେ ।ଶ୍ରୀମତୀ କଲ୍ୟାଣୀ ମିଶ୍ର ଗୁରୁମା ସଂଯୋଜନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଗୁରୁଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ତରଣୀ ମହାପାତ୍ର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ଶିଶୁବିଦ୍ୟା ମନ୍ଦିର ରୁ ୩୦ ଜଣ ଛାତ୍ର ଛାତ୍ରୀ, NRTS ବ୍ଳକ ସ୍ତରରେ ପ୍ରଥମ , ମିଳିତ ପ୍ୟାରେଡ଼ରେ ଜୁନିଅର ରେଡକ୍ରସ୍ ପ୍ରଥମ , ସିନିଅର ଦଳ ପ୍ରଥମ , ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ । ସମସ୍ତ ଗୁରୁଜୀ ଗୁରୁମା, ମାତୃଭାରତୀ ସଦସ୍ୟା ବୃନ୍ଦ,, ଅଭିଭାବକ ଅଭିଭାବିକା ଯୋଗଦାନ କରି କାଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.