ବିଭାଜନ ବିଭିଷିକା ସ୍ମୃତି ଦିବସ ପାଳିତ

9

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମନିର୍ଭର ରୋଜଗାର ତାଲିମ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା “ବିଭାଜନ ବିଭିଷିକା ସ୍ମୃତି ଦିବସ” ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ବିନାୟକ ଚନ୍ଦ୍ର ରାଉଳ ମୁଖ୍ୟଅତିଥି , ଗଜପତି ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟକାରୀ ଅଧିକାରୀ ଦୟାମୟ ପାଢୀ ମୁଖ୍ଯ ବକ୍ତା , ସମ୍ମାନିତ ଅତିଥି ରୂପେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।
ବକ୍ତା ମାନେ ଭାରତ ସ୍ଵାଧିନ ପାଇବା ପୂର୍ବରୁ ସେହି କଳଙ୍କ ଇତିହାସ ଯାହା କୋଣଅନୁକୋଣରେ ଜାତି , ଧର୍ମର ବିଦ୍ୱେଷର ମଞ୍ଜି ବ୍ରିଟିଶ ସରକାର ବୁଣିଥିଲେ ତାର ଲୋମହର୍ଷଣ କାହାଣୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
ଦେଶମାତୃକାର ସେବାରେ ଯେଉଁମାନେ ଦେଶର ଅଖଣ୍ଡତାକୁ ଏକାଠି ରଖି ସାର୍ବଭୌମତ୍ୱ ସ୍ୱୀକୃତି ଦେବାରେ ନିଜର ତ୍ୟାଗ ଓ ବଳିଦାନ ଦେଇଛନ୍ତି ସେମାନଙ୍କର ଗାଥାକୁ ବୁଝାଇଥିଲେ। ଏହିଭଳି ବିଶ୍ୱର ବୃହତ୍ତମ ରାଷ୍ଟ୍ରକୁ ଖଣ୍ଡଖଣ୍ଡ କରିବାର ଦୂର୍ବାର ଚେଷ୍ଟାକୁ ନାନା ଘାତପ୍ରତିଘାତ ଭିତରେ ବଜାୟ ରଖିବାକୁ ଏହି ମହାନ୍ ମନିଷୀ ମାନେ ପଛେଇ ନଥିଲେ। ସ୍ଵାଧିନତାର ପରବର୍ତ୍ତୀ କାଳରେ ଦେଶ ବିଭାଜନର ବର୍ବର ଅତ୍ୟାଚାର ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।
ଏହି ଅବସରରେ ବଳିଦାନ ହୋଇଥିବା ସେହି ମହାପୁରୁଷଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମାବେଶରେ ବୁଦ୍ଧିଜୀବୀ , ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁଲତା ଶୁଭଦର୍ଶିନୀ ମିଶ୍ର ସଂଯୋଜନା କରିଥିଲେ। ମୁଖ୍ୟବକ୍ତା ପାଢୀଙ୍କ ମୂଲ୍ଯବାନ ବକ୍ତବ୍ଯ ସମସ୍ତ ଶ୍ରୋତାମାନଙ୍କୁ ଚକିତ କରିଥିଲା।

Leave A Reply

Your email address will not be published.