ଓଜନ-ମାପ ବିଭାଗର ଚଢ଼ଉ ଧର୍ମକୁ ଆଖିଠାର
ବାଲେଶ୍ୱର, ଉଜ୍ଜ୍ୱଳ କର : ଚାଇନା ତିଆରି ମାଇକ୍ରୋ ଚିପ୍ ଦ୍ୱାରା ପେଟ୍ରୋଲ ପମ୍ପରେ ଚାଲିଥିବା ଗ୍ରାହକ ଶୋଷଣକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଜିଲ୍ଲା ଓଜନ-ମାପ ବିଭାଗ ପକ୍ଷରୁ ଆଜି ରବିବାରରେ ଧରପଗଡ଼ ଆରମ୍ଭ ହୋଇଥିଲା । ଜିଲ୍ଲା ପୁଲିସର ସହାୟତାରେ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳର ୧୦ ଗୋଟି ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରିଥିଲା । ଓଜନ ଓ ମାପ ବିଭାଗର ଭୁବନେଶ୍ୱର ଶାଖା ଇନ୍ସ୍ପେକ୍ଟର କର୍ଣ୍ଣାମଣି ସୋରେନଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା । ତେବେ ବାଲେଶ୍ୱରର ପେଟ୍ରୋଲ ପମ୍ପଗୁଡ଼ିକରେ ଚାଇନା ମାଇକ୍ରୋ ଚିପ୍ ମିଳିନଥିଲେ ବି ଅନ୍ୟାନ୍ୟ ଉପାୟରେ ଗ୍ରାହକଙ୍କୁ କରାଯାଉଥିବା ଠକେଇ ସମ୍ପର୍କରେ ଅଧିକାରୀମାନେ ଅବଗତ ହୋଇଥିଲେ । ମାତ୍ର ଏନେଇ କାହାରିକୁ ଗିରଫ କିମ୍ବା କୌଣସି ପମ୍ପ୍ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦେଖିବାସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ପରିବେଷଣ ହେବା ସହିତ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ରାଜ୍ୟ ଓଜନ ଓ ମାପ ବିଭାଗ ପକ୍ଷରୁ ଏହା ଏକ ଲୋକ ଦେଖାଣିଆ ଫାର୍ସ ବୋଲି ଆଲୋଚନା ହେଉଛି । ବାଲେଶ୍ୱରର ଓଜନ-ମାପ ବିଭାଗ ଇନ୍ସ୍ପେକ୍ଟର ପ୍ରିୟବ୍ରତ ମହାନ୍ତି ଜିଲ୍ଲା ପୁଲିସର ଡିଏସପି ପ୍ରଭାସ ପାଲଙ୍କ ସମେତ ୬ ଗୋଟି ଥାନାର ଅଧିକାରୀ ଓ ବହୁ ପୁଲିସ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ । ଉତ୍ତର ପ୍ରଦେଶ ପ୍ରଭୃତି ରାଜ୍ୟରେ ଚାଇନା ମାଇକ୍ରୋଚିପ୍ ବ୍ୟବହାରରେ ପେଟ୍ରୋଲ ପମ୍ପରେ ଚାଲିଥିବା ଗ୍ରାହକ ଶୋଷଣ ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ପରିବେଷଣ ହେବା ସହିତ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ରାଜ୍ୟ ଓଜନ ଓ ମାପ ବିଭାଗ ପକ୍ଷରୁ ଏହା ଏକ ଲୋକ ଦେଖାଣିଆ ଫାର୍ସ ବୋଲି ଆଲୋଚନା ହେଉଛି । ବାଲେଶ୍ୱରର ଓଜନ-ମାପ ବିଭାଗ ଇନ୍ସ୍ପେକ୍ଟର ପ୍ରିୟବ୍ରତ ମହାନ୍ତି ଜିଲ୍ଲା ପୁଲିସର ଡିଏସପି ପ୍ରଭାସ ପାଲଙ୍କ ସମେତ ୬ ଗୋଟି ଥାନାର ଅଧିକାରୀ ଓ ବହୁ ପୁଲିସ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ |