ସୀମାନ୍ତ ଗଜପତି ଜିଲ୍ଲାରେ ହୋଲି ପର୍ବ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ଧ୍ର-ଓଡିଶା ସୀମାନ୍ତକୁ ଲାଗିରହିଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ଅନ୍ୟ ବ୍ଲକ କାଶୀନଗର ଓ ଗୋଷାଣି ବ୍ଲକରେ ରଙ୍ଗର ପର୍ବର ହୋଲିଖେଳ ଧୁମଧାମରେ ପାଳିତ ହୋଇଯାଇଛି । ଏହି ସହର ଓ ବ୍ଲକ ଅଞ୍ଚଳ ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଯୋଗୁଁ ଉଭୟ ସୀମାନ୍ତ ରାଜ୍ୟଅଞ୍ଚଳର ଲୋକେ ଏକାଠି ହୋଇ ହୋଲି ରଙ୍ଗ ଖେଳିଥିଲେ । ବିଭିନ୍ନ ସାହି ବସ୍ତି ଅଞ୍ଚଳର ଲୋକ ମାନେ ବାଜା ଓ ମାଇକ ବାଜୁଥିବା ଗୀତର ତାଳେତାଳେ ନାଚି ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହେବା ଅନ୍ୟ ମାନଙ୍କୁ ମଧ୍ୟ ହୋଲିର ଅଭିନନ୍ଦନ ଜଣାଇ ବିଭିନ୍ନ ପ୍ରକାର ଧରିଥିବା ରଙ୍ଗ ବୋଳି ଖୁସି ମନାଉଥିଲେ । ସେହିଭଳି ବିଭିନ୍ନ ସାହି ବସ୍ତି ଓ ଗ୍ରାମାଞ୍ଚଳର ଯୁବତୀ ଓ ମହିଳା ମାନେ ମଧ୍ୟ ଗୋଷ୍ଠୀ ଗୋଷ୍ଠି ହୋଇ ବାହାରି ସାଙ୍ଗ ସାଥି , ବନ୍ଧୁବାନ୍ଧବଙ୍କୁ ହୋଲିରଙ୍ଗ ବୋଳି ଅଭିନନ୍ଦନ ଜଣାଇବା ସହ ଖୁସି ମନାଇଥିଲେ ।

http://www.youtube.com/watch?v=J2m3bQJgy6U 

ବିଭିନ୍ନ ଭାଷାଭାଷୀ ଓଡିଆ, ତେଲୁଗୁ ବିଭିନ୍ନ ସଂପ୍ରଦାୟର ହିନ୍ଦୁ, ମୁସଲିମ,ଖ୍ରୀଷ୍ଟିୟାନ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମିତ୍ର ଶତ୍ରୁ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ଭାଇ ,ଭଉଣୀ, ମଉସା, ମାଉସୀ ,ଆଙ୍କଲ, ଆଣ୍ଟି ପ୍ରଭୃତି ମାନ୍ୟଦେଇ ଏକ ଦୀର୍ଘ ଦିନର  ମିଶାଣିଆ ଚାରା ସୃଷ୍ଟି କରିଥିଲେ । ଜାତି, ବର୍ଣ୍ଣ,ଧର୍ମ ଭେଦଭାବ ମନ ଓ ମତାନ୍ତର ପ୍ରଭୃତିକୁ ଭୁଲି ଯାଇ ସମସ୍ତେ ମିଳିମିଶି  ହୋଲି ପର୍ବ ମନାଇଥିଲେ ଫଗୁଣ ରଙ୍ଗ ବୋଳି ।

 

Leave A Reply

Your email address will not be published.