୩୬ ମେଗାୱାଟ୍ ରୁଫଟପ୍ ସୋଲାର ସ୍ଥାପନା ସହ ଉତ୍ତର ଓଡ଼ିଶାରେ ସୌର ଶକ୍ତି ପ୍ରସାରକୁ ଆହୁରି ସୁଦୃଢ କଲା ଟିପିଏନଓଡିଏଲ୍

51


ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ୧୮ ହଜାର ରୁ ଅଧିକ ପରିବାର ସାମିଲ; ୨୦୨୬–୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବହୁ ଉପଭୋକ୍ତା ପାଇଲେ ଜିରୋ ୟୁନିଟ୍ ବିଜୁଳି ବିଲ୍


ବାଲେଶ୍ୱର, ଓଡ଼ିଶା; ୦୧ ଅଗଷ୍ଟ ୨୦୨୬ – ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ୍), ଆର୍ଥିକ ବର୍ଷ ୨୦୨୬–୨୭ର ପ୍ରଥମ ତ୍ରୈମାସିକରେ ସମଗ୍ର ଉତ୍ତର ଓଡ଼ିଶାରେ ସୌର ଶକ୍ତି ବ୍ୟବହାର କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲ୍ଏ) ମଡେଲର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଦ୍ୱାରା, ଆର୍ଥିକ ବର୍ଷ-୨୭ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଟିପିଏନ୍ଓଡିଏଲ୍ ୧୮,୪୧୫ ଟି ନୂତନ ରୁଫଟପ୍ ସୋଲାର ସ୍ଥାପନା କରିଛି। ଏହା ଦ୍ୱାରା ଆଞ୍ଚଳିକ ଗ୍ରୀଡରେ ୩୬.୧୮ ମେଗାୱାଟ୍ ସବୁଜ ଶକ୍ତି ଯୋଡ଼ିହୋଇ ଅଞ୍ଚଳରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ସବୁଜ ଶକ୍ତି ଉତ୍ପାଦନ କ୍ଷମତା ୯୦.୨୫ ମେଗାୱାଟରେ ପହଞ୍ଚିଛି।
ବ୍ୟାପକ ପ୍ରଚାର ପ୍ରସାର ସହିତ ସୁଗମ ସଂସ୍ଥାପନ ବ୍ୟବସ୍ଥା ଯୋଗୁଁ ସମସ୍ତ ଆର୍ଥିକ ଓ ସାମାଜିକ ବର୍ଗର ଉପଭୋକ୍ତାଙ୍କ ପାଇଁ ସୌର ଭିତ୍ତିଭୂମି ଆପଣାଇବା ଆହୁରି ସହଜ ହୋଇଥିବାବେଳେ ଘରୋଇ ଉପଭୋକ୍ତାମାନେ ମଧ୍ୟ ସୌର ଶକ୍ତି ପ୍ରତି ବିଶେଷ ଆକୃଷ୍ଟ ହେଉଥିବାର ଦୃଷ୍ଟିଗୋଚର ହେଉଛି I ଟିପିଏନ୍ଓଡିଏଲ୍‌ ଅଞ୍ଚଳରେ ବିଗତ ତ୍ରୈମାସିକରେ ସୋଲାର ସ୍ଥାପନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି – ଏପ୍ରିଲରେ ୪୫୧୨, ମେ ମାସରେ ୬୨୩୩ ଏବଂ ଜୁନ୍ ମାସରେ ୭୬୭୦ଟି ସ୍ଥାପନା ରେକର୍ଡ କରାଯାଇଛି। ଯୋଡ଼ିହୋଇଥିବା ୩୬.୧୮ ମେଗାୱାଟ୍ କ୍ଷମତା ମଧ୍ୟରୁ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅନ୍ତର୍ଗତ ୮୨୩୫ଟି ସ୍ଥାପନାରେ ୨୬ ମେଗାୱାଟ୍ ଏବଂ ୟୁଏଲ୍ଏ ମଡେଲ ଅଧୀନରେ ୧୦୧୮୦ ଟି ସ୍ଥାପନାରେ ୧୦.୧୮ ମେଗାୱାଟ୍ ଶକ୍ତି ଉତ୍ପାଦନ କ୍ଷମତା ରହିଛି । ଆର୍ଥିକ ବର୍ଷ ୨୦୨୬–୨୭ ର ପ୍ରଥମ ତ୍ରୈମାସିକ ରେ ବାଲେଶ୍ୱର ସର୍କଲ ୬୪୪୯ ଟି ସ୍ଥାପନ ସହ ୧୩ ମେଗାୱାଟ୍ କ୍ଷମତା ଯୋଡ଼ି ସବୁଠାରୁ ଆଗରେ ରହିଛି। ଏହା ପଛକୁ ବାରିପଦା ସର୍କଲ ୩୯୩୯ ଟି ସ୍ଥାପନରୁ ୭ ମେଗାୱାଟ୍, ଯାଜପୁର ସର୍କଲ ୩୨୯୩ ଟି ସ୍ଥାପନରୁ ୭.୪୬ ମେଗାୱାଟ୍, ଭଦ୍ରକ ସର୍କଲ ୨୭୦୨ ଟି ସ୍ଥାପନରୁ ୪.୬ ମେଗାୱାଟ୍ ଏବଂ କେନ୍ଦୁଝର ସର୍କଲ ୨୦୩୨ ଟି ସ୍ଥାପନରୁ ୪.୧୨ ମେଗାୱାଟ୍ ନୂତନ ସୌର ଶକ୍ତି କ୍ଷମତା ଯୋଡିଛନ୍ତି ।
ଏହି ସମ୍ପର୍କରେ ଟିପିଏନଓଡିଏଲ୍‌ର ସିଇଓ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି ଯେ, ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ରୁଫଟପ୍ ସୋଲାର ସ୍ଥାପନା ସହିତ ଉତ୍ତର ଓଡ଼ିଶାରେ ସବୁଜ ଶକ୍ତିର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି I ଏନେଇ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଦ୍ୱାରା ସ୍ଥାନୀୟ ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରୁଛନ୍ତି I ଅଞ୍ଚଳରେ ସ୍ବଚ୍ଛ ଓ ସବୁଜ ଶକ୍ତିର ପ୍ରୋତ୍ସାହନ ସହ ଗୁଣାତ୍ମକ ବିଦ୍ୟୁତ ସେବା ନେଇ ଟିପିଏନଓଡିଏଲ୍‌ ସର୍ବଦା ପ୍ରତିବଦ୍ଧ ରହିଛି ବୋଲି ସେ କହିଛନ୍ତି ।
ରୁଫଟପ୍ ସୋଲାର୍ ର ବ୍ୟବହାର ଫଳରେ ଉପଭୋକ୍ତାମାନେ ବିଶେଷ ଭାବେ ଆର୍ଥିକ ଲାଭବାନ୍ ହୋଇଛନ୍ତି। ଜୁନ୍ ୨୦୨୬ ରେ, ଟିପିଏନ୍ଓଡିଏଲ୍ ବିଦ୍ୟୁତ ବିତରଣ ଅଞ୍ଚଳରେ ୧୦,୭୧୫ ଜଣ ଉପଭୋକ୍ତା ଜିରୋ ୟୁନିଟ୍ ବିଲିଂ’ ପାଇଛନ୍ତି, ଯାହା ସେମାନଙ୍କର ବାର୍ଷିକ ବିଜୁଳି ଖର୍ଚ୍ଚରେ ଆଶାତୀତ ହ୍ରାସ ଆଣିଦେଇଛି । ଏଥିମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୪୦୪୨ ଜଣ, ବାରିପଦାରୁ ୨୬୨୮ ଜଣ, ଯାଜପୁରରୁ ୧୪୯୬ ଜଣ, କେନ୍ଦୁଝରରୁ ୧୪୬୬ ଜଣ ଏବଂ ଭଦ୍ରକରୁ ୧୦୮୩ ଜଣ ଉପଭୋକ୍ତା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ୯୩୨୮ ଜଣ ଉପଭୋକ୍ତାଙ୍କ ବିଜୁଳି ବିଲ୍ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହି ବର୍ଗରେ ବାଲେଶ୍ୱରର ୩୨୨୧ ଜଣ, ଯାଜପୁରର ୧୯୧୪, ବାରିପଦାର ୧୬୮୪, ଭଦ୍ରକର ୧୪୨୧ ଏବଂ କେନ୍ଦୁଝରର ୧୦୮୮ ଜଣ ଉପଭୋକ୍ତା ଉପକୃତ ହୋଇଛନ୍ତି I
ଟିପିଏନଓଡିଏଲ୍‌ ଦ୍ଵାରା ବ୍ୟାପକ ଉପଭୋକ୍ତା ସଚେତନତା, ସରଳ ଆବେଦନ ପ୍ରକ୍ରିୟା, ଦ୍ରୁତ ନେଟ୍-ମିଟରିଂ ମଞ୍ଜୁରୀ ଏବଂ ପ୍ରତ୍ୟକ୍ଷ ବୈଷୟିକ ସହାୟତା ସହ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲ୍ଏ ମଡେଲରେ ସରକାରୀ ସବସିଡି ବ୍ୟବସ୍ଥା ଏବଂ ସୁସଂଗଠିତ କାର୍ଯ୍ୟାନ୍ୱୟନ ଯୋଗୁଁ ଏହି ଯୋଜନା ବିଶେଷ ଲୋକଦୃତ ହୋଇପାରିଛି I ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହୀ ଉପଭୋକ୍ତାମାନେ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ ରେ ଯୋଗାଯୋଗ କରିବାକୁ ଟିପିଏନଓଡିଏଲ୍‌ ପକ୍ଷରୁ ଅନୁରୋଧ କରାଯାଇଛି I

Leave A Reply

Your email address will not be published.