ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦର୍ଶ ଥାନା , ପାରଳାଖେମୁଣ୍ଡି କାର୍ଯ୍ୟାଳୟ ଠାରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ବରିଷ୍ଠ ନାଗରିକ ମାନଙ୍କ ସାମାଜିକ ଓ ସଡ଼କ ସୁରକ୍ଷା ଉପରେ ଜିଲ୍ଲା ଆରକ୍ଷୀ ବିଭାଗ ତରଫ ରୁ ଏକ ଆଲୋଚନା ସଭା ଆୟୋଜନ କରାଯାଇଛି।
ଏହି ସଭା ଥାନା ର ସଡ଼କ ସୁରକ୍ଷା ଅଧିକାରୀ ଶ୍ରୀ ବାଲ୍ମୀକି ପ୍ରଧାନ ବରିଷ୍ଠ ନାଗରିକ ଗଣ ଦୈନିକ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଲୋକପାତ କରିଥିଲେ। ଏହି ଆଲୋଚନା ସଭା ରେ ସଭାପତିତ୍ବ କରିବା ସହ କେତେକ ସ୍ଥାନୀୟ ସମସ୍ୟା ର ସମାଧାନକିପରି କରାଯାଇଛି କହିବା ସହିତ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ କିପରି ସମାଧାନ କରାଯାଇପାରିବ ସେଥିପାଇଁ ବରିଷ୍ଠ ନାଗରିକ ମାନ ଙ୍କ ସହଯୋଗ କାମନା କରିଥିଲେ।
ଅତିଥି ରୂପେ ଜିଲ୍ଲା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବରିଷ୍ଠ ନାଗରିକ ସୁରକ୍ଷା ସଂଗଠନ ର ସଭାପତି ରାମ ଚନ୍ଦ୍ର ପାଢି ଯୋଗ ଦେଇ ବରିଷ୍ଠ ନାଗରିକ ମାନେ କିପରି ଘରୋଇ ହିଂସା ଓ ସଡ଼କ ସୁରକ୍ଷା ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସେ ଉପରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ସାହି ଛକ ଜାଗା ରେ କ୍ୟାମେରା ଲଗାଇବା , ପ୍ରତ୍ୟେକ ମାସ ରେ ସୌହାଘ୍ୟପୂର୍ଣ୍ଣ ଭାବେ ଏହି ପରି ମିଳିତ ବୈଠକ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।
ପୋଲିସ ପରିଚୟ ପତ୍ର ପ୍ରସ୍ତୁତ କରି ଶୀଘ୍ର ପ୍ରଦାନ ପାଇଁ ଅନୁରୋଧ କରିଥିଲେ ବରିଷ୍ଠ ନାଗରିକ ଗଣ। ଜିଲ୍ଲା ର ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ମଧ୍ୟ ରୁ ପ୍ରତ୍ୟେକ ମାସ ରେ ଗୋଟିଏ ଗୋଟିଏ ବିଭାଗ ଅଧିକାରୀ ଙ୍କ ସହ ମିଳିତ ଭାବେ ଆଲୋଚନା କରିବାକୁ ସହମତି ପ୍ରକାଶ କରାଯାଇଥିଲା। ଶେଷ ରେ ଆଦର୍ଶ ଥାନା ଅଧିକାରୀ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.