ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଗିରଫ

8

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମର୍ମନ୍ତୁଦ ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁରେ ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କର ଜାମିନ ଆବେଦନ ନାମଂଜୁର ହେବା ଫଳରେ ଗିରଫ କରାଯାଇଛି। ୨୦୨୧ ଜୁଲାଇ ମାସରେ ଏସିଏଫଙ୍କ ପୋଡି ହୋଇ କଟକ ମୁଖ୍ଯ ଚିକିତ୍ସାଳୟରେ ବିୟୋଗ ହୋଇଥିଲା। ଏହି ବାବଦରେ ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା , ରୋଷେୟା ମନ୍ମଥ କୁମ୍ଭ ଏବଂ ଏସିଏଫଙ୍କ ସ୍ତ୍ରୀ ଦିବ୍ୟାଭାରତୀଙ୍କ ନାମରେ ଏତଲା ହୋଇଥିଲା। ସଂଗ୍ରାମ ବେହେରା କୋର୍ଟରେ ହାଜର ନହେବାରୁ ତାଙ୍କ ନାମରେ ଓ୍ୱାରେଣ୍ଟ ଅର୍ଡର ହୋଇଥିଲା।
ଗତ ୧୩ ଜୁଲାଇ ୨୦୨୬ ତାରିଖ ଦିନ ହାଇକୋର୍ଟ କେଶ ୪୦୫୬/୨୦୨୬ ପ୍ରକାରେ ୨ ସପ୍ତାହ ମଧ୍ୟରେ ପାରଳାଖେମୁଣ୍ଡି ଜେଲରେ ଆତ୍ମସମର୍ପଣ କରିବାକୁ କହିଥିଲେ। ସେ ପାରଳାଖେମୁଣ୍ଡି ଆସି ଜାମିନ ପାଇଁ ଆବେଦନ କରିଥିଲେ। ତାଙ୍କର ଜାମିନ ଆବେଦନ ନାକଚ ହୋଇଯାଇଛି। ଏ ବାବଦରେ ସରକାରୀ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର କହିଛନ୍ତି ହାଇକୋର୍ଟ ଏହି କେଶକୁ ଗୁରୁତର ଭାବେ ନେଇଛନ୍ତି। ଏହାର ବିଚାରକୁ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱର୍ଗତ ସୌମ୍ୟରଂଜନ ମହାପାତ୍ରଙ୍କ ପିତା ଅଭିରାମ ମହାପାତ୍ର ଏହାର ନିରପେକ୍ଷ ତଦନ୍ତ କରି ନିଜ ପୁଅଙ୍କର ମୃତ୍ୟୁର ନିରପେକ୍ଷ ନ୍ୟାୟ ଦେବାକୁ ହାଇକୋର୍ଟରେ ଅନୁରୋଧ କରିଥିଲେ।

Leave A Reply

Your email address will not be published.