ସାଧାରଣ ନିର୍ବାଚନକୁ ଟାର୍ଗେଟରେ କରି ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ଘର ସଜାଡ଼ିବା କାର୍ଯ୍ୟ ଆରମ୍ଭ

0

କଂଗ୍ରେସର କର୍ମୀ ସମ୍ମୀଳନୀରେ ନଗର କଂଗ୍ରେସକୁ ସୁଦୃଢ଼ କରାଇବା ଉପରେ ଗୁରୁତ୍ୱାରୋପ

ବାରିପଦା/dillip mohanty – ୨୦୧୯ ସାଧାରଣ ନିର୍ବାଚନକୁ ଟାର୍ଗେଟରେ କରି ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ଘର ସଜାଡ଼ିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲାର ସଦର ମହକୁମା ବାରିପଦା ନଗର କଂଗ୍ରେସକୁ ସୁଦୃଢ଼ କରାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇ ରବିବାର ଅପରାହ୍ନରେ ସ୍ଥାନୀୟ ଦିବ୍ୟା ପ୍ୟାଲେସ ହୋଟେଲ ସମ୍ମିଳନୀ କକ୍ଷରେ ନଗର କଂଗ୍ରେସ ସଭାପତି ବିଜୟ ସିଂଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ  ହୋଇଥିଲା । ଏଥିରେ ବାରିପଦା ପୌରପରିଷଦର ୨୮ ଗୋଟି ୱାଡର଼୍ରୁ ଏବଂ ପ୍ରତ୍ୟେକ ୱାଡର଼୍ରୁ ୫ରୁ ଅଧିକ କଂଗ୍ରେସ କର୍ମୀ ଯୋଗ ଦେଇ କଂଗ୍ରେସ ଦଳକୁ କିପରି ଶକ୍ତିଶାଳୀ କରାଯାଇପାରିବ ତା ଉପରେ ମତାମତ ସଂଗ୍ରହ କରାଯାଇଥିଲା । ଏଥି ସହିତ ବାରିପଦା ପୌରପରିଷଦରେ ହୋଇଥିବା ମହାଦୁର୍ନୀତିକୁ ନେଇ ପୌରକାର୍ଯ୍ୟାଳୟକୁ ଘେରାଉ କରାଯିବାର ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ଜିଲା କଂଗ୍ରେସ ସଭାପତି ଆଇନଜୀବୀ ପ୍ରଦୀପ ରଥ, ପୂର୍ବତନ ସାଂସଦ ସୁଶୀଳା ତିରିଆ, ରାଜ୍ୟ କଂଗ୍ରେସ ସମ୍ପାଦକ ନିରୋଜ ଲୋଚନ ଦାଶ, ପୂର୍ବତନ ଜିଲାପରିଷଦ ସଭାପତି କମଳା ତିରିଆ, ବରିଷ୍ଠ  କଂଗ୍ରେସ ନେତା ତଥା ଆଇନଜୀବୀ ବିଜନ ଦାସ, ଯୁବ କଂଗ୍ରେସ ସଭାପତି ତଥା ଯୁବ ନେତା ରାକେଶ ସିଂ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମୀତା ଘୋଷାଲ, ଜିଲା କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ  କଂଗ୍ରେସ ନେତା ହେମନ୍ତ ଦାସ, ଜିଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଆଇନଜୀବୀ ବିଭୂ ପ୍ରସାଦ ଦାସ, ଆଇନଜୀବୀ ଜ୍ୟୋତି ପ୍ରକାଶ ରଥ, ସୁବାଷ କର ମହାପାତ୍ର, ଯୋଗେଶ୍ୱର ଜେନା, ବାରିପଦା ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜର ମତ ଉପଉପସ୍ଥାପନ କରାଇଥିଲେ । 

Leave A Reply

Your email address will not be published.