ବେଲଗୁଣ୍ଠା:୨୩/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଧୋବା ସାହି ୱାର୍ଡ଼ ନମ୍ବର ୯ ବାସିନ୍ଦା ଜଣେ ସକ୍ରିୟ ତଥା ନିଷ୍ଠାପର ବିଜେପି କର୍ମୀ ରମେଶ ଚନ୍ଦ୍ର ସେଠୀଙ୍କ ଗତକାଲି ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଆଜି ବେଲଗୁଣ୍ଠା ସ୍ଥିତ ମୃତକଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଅମର ଆତ୍ମାର ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ୱର୍ଗତ ରମେଶ ଜଣେ ଆର୍ଥିକ ଅନଗ୍ରସର ବ୍ୟକ୍ତି ହୋଇଥିଲେ ମଧ୍ୟ ଦଳର ସଂଗଠନ ପାଇଁ ତାଙ୍କର ଅବଦାନ ରହୁଥିଲା । ତାଙ୍କର ଅକାଳ ବିୟୋଗ ବେଲଗୁଣ୍ଠା ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ନାୟକ ପ୍ରକାଶ କରିବା ସହ ଆଗାମୀ ଦିନରେ ସ୍ଥାନୀୟ ବିଜେପି ତଥା ବିଧାୟକଙ୍କ ତରଫରୁ ଶୋକାକୁଳ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ବିଧାୟକ ପ୍ରତିନିଧି ଜିତେନ୍ଦ୍ରଙ୍କ ସମେତ ବରିଷ୍ଠ ବିଜେପି ନେତା ନୀଳାଚଳ ମହାପାତ୍ର, ବେଲଗୁଣ୍ଠା ମଣ୍ଡଳ ସମ୍ପାଦକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ପୂର୍ବତନ କାଉନସିଲର ସୁଲୋଚନା ସେଠୀ ,ଯୁବନେତା ମନମୟ ଖଟେଇ, କୃଷ୍ଣଚନ୍ଦ୍ର ସେଠୀ, ସନ୍ତୋଷ ସେଠୀ, ପ୍ରଭାତ ସେଠୀ, ରାଜେନ୍ଦ୍ର ସେଠୀ, ଚିତ୍ତ ସେଠୀ, ବିଦେଶୀ ସେଠୀ, ଶତ୍ରୁଘ୍ନ ସେଠୀ, ଟୁନା ସେଠୀ ଓ ରାଜୀବ ସେଠୀ ପ୍ରମୁଖ ଉପସ୍ଥିତ ରହି ପରିବାରକୁ ସମବେଦନା ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post