ପଦ୍ମଶ୍ରୀ ଡ. ସତ୍ଯନାରାୟଣ ରାଜଗୁରୁ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସଭବନରେ ପଦ୍ମଶ୍ରୀ ଡ. ସତ୍ଯନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି।
ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ଉତ୍ସବ ଏକ ବର୍ଣ୍ଣାଢ୍ୟ ସମାବେଶରେ ଓଡିଶା ସାହିତ୍ୟ ଏକାଡେମୀର ସହାୟତାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିବିଧ କାର୍ଯ୍ୟକ୍ରମର ରୂପରେଖ ଆଲୋଚନା କରାଯାଇଥିଲା। ମାନ୍ୟଗଣ୍ୟ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ସକାଶେ ନିଷ୍ପତ୍ତି ନିଆଗଲା।ଏଥିରେ ଅନ୍ୟମାନଙ୍କ ମଧ୍ଯରେ ବିନୋଦ ଚନ୍ଦ୍ର ଜେନା , ଆଶାଲତା ପାଣିଗ୍ରାହୀ , ଡ. କଲ୍ୟାଣୀ ମିଶ୍ର , ଭାଗବତ ପାଢୀ , ରାଜେନ୍ଦ୍ର ରଥ , ପ୍ରମୋଦ ଚନ୍ଦ୍ର ପାଢୀ , ତ୍ରିପତି ପ୍ରସାଦ ପଣ୍ଡା , ଶଶୀଭୂଷଣ ପଟ୍ଟନାୟକ , ଶରତ ଚନ୍ଦ୍ର ସାହୁ ଓ ଜଗଦୀଶ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.