- ସୁନ୍ଦରଗଡ଼ ଜିଲ୍ଲାରେ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍ ହେଲେ ସାମିଲ
- ୪୦ ପ୍ରତିଶତରୁ ଅଧିକ ଝିଅଙ୍କ ଅଂଶଗ୍ରହଣ, ମୁଖ୍ୟମନ୍ତ୍ରୀ ଟ୍ରଫି ଓ ଏସ୍ଜିଏଫ୍ଆଇ ଜାତୀୟ ଚାମ୍ପିଅନସିପ୍ରେ ସଫଳତା ।
ସୁନ୍ଦରଗଡ଼, ୨୧ ଜୁଲାଇ ୨୦୨୬:ଆରମ୍ଭ ହେବାର ବର୍ଷକ ମଧ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍) ଅଧୀନରେ ଟ୍ରଷ୍ଟ ଅଫ୍ ପିପୁଲ୍ (ଟିଓପି)ର ସହଯୋଗରେ ପରିଚାଳିତ‘ଗ୍ରାମୀଣ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ’ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁନ୍ଦରଗଡ଼ ଜିଲ୍ଲାର୪୦ଟି ଗ୍ରାମରୁ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍ଙ୍କୁଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ଅନେକ ଜଣ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି।
ଗତ ଅଗଷ୍ଟ ୨୦୨୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତିଭାବାନ ଯୁବ କ୍ରୀଡ଼ାବିତ୍ଙ୍କୁ ଚିହ୍ନଟ କରିଫୁଟବଲ୍, ଆଥଲେଟିକ୍ସ ଓ ଖୋ-ଖୋକ୍ଷେତ୍ରରେ ବୃତ୍ତିଗତ ପ୍ରଶିକ୍ଷଣ ଓ ଆବଶ୍ୟକ ସହାୟତା ପ୍ରଦାନ କରିବା। ବର୍ତ୍ତମାନ ପର୍ଯ୍ୟାୟରେ୪୦୦ ଜଣ କ୍ରୀଡ଼ାବିତ୍ଙ୍କୁସାମିଲ କରିବାର ଲକ୍ଷ୍ୟ ରହିଥିବା ବେଳେ, ଏପର୍ଯ୍ୟନ୍ତ୫୦୨ ଜଣପଞ୍ଜୀକୃତ ହୋଇସାରିଛନ୍ତି। ଏଥିମଧ୍ୟରେ୪୦ ପ୍ରତିଶତରୁ ଅଧିକ ଝିଅଅଂଶଗ୍ରହଣ ରହିଛି । ଏହି ପଦକ୍ଷେପ ମାଧ୍ୟମରେ ପ୍ରତିଭାବାନ କ୍ରୀଡ଼ାବିତ୍ମାନଙ୍କୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା ସହ କ୍ରୀଡ଼ା ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ କ୍ରୀଡ଼ା କୋଟାରେ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଅଭିଯାନରେ ପ୍ରଶିକ୍ଷଣ ପାଇଥିବା କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗିତାରେ ଚମତ୍କାର ସଫଳତା ହାସଲ କରିଛନ୍ତି।ମୁଖ୍ୟମନ୍ତ୍ରୀ ଟ୍ରଫିରେ ପ୍ରକଳ୍ପରବାଳିକା ଫୁଟବଲ୍ ଦଳଜୋନାଲ୍ ଚାମ୍ପିଅନ୍ ହେବା ସହ ଇଣ୍ଟର-ଜୋନାଲ୍ ପ୍ରତିଯୋଗିତାରେ ରନର୍ସ-ଅପ୍ ହୋଇଥିଲା। ଏହି ଦଳର ଅନେକ ଖେଳାଳି ସୁନ୍ଦରଗଡ଼ ଜିଲ୍ଲା ଦଳରେ ସ୍ଥାନ ପାଇଛନ୍ତି। ଆଥଲେଟିକ୍ସରେ ପ୍ରଶିକ୍ଷାର୍ଥୀମାନେ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ପାଇଁ ଯୋଗ୍ୟତା ହାସଲ କରି ମଧ୍ୟମ ଦୂରତା ଦୌଡ଼ ଓ ହାଇ ଜମ୍ପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

ସେହିପରି ଏହି ଅଭିଯାନରଖୋ-ଖୋ ଦଳଓଡ଼ିଶା ଖୋ-ଖୋ ଲିଗ୍ରେଦ୍ୱିତୀୟ ସ୍ଥାନହାସଲ କରିବା ସହହାଇ ପରଫର୍ମାନ୍ସ ସେଣ୍ଟର (HPC)ଟ୍ରାଏଲ୍ରେ ଅଂଶଗ୍ରହଣ କରିଛନ୍ତି। ଜଣେ ପ୍ରଶିକ୍ଷାର୍ଥୀ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତସ୍କୁଲ୍ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (SGFI) ଅଣ୍ଡର-୧୭ ଜାତୀୟ ଚାମ୍ପିଅନସିପ୍ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବାବେଳେ, ଅନ୍ୟ ଜଣେ ପ୍ରଶିକ୍ଷାର୍ଥୀମୁଖ୍ୟମନ୍ତ୍ରୀ ଟ୍ରଫି ରାଜ୍ୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ତୃତୀୟ ସ୍ଥାନହାସଲ କରିଛନ୍ତି।
ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ ନିର୍ବାହୀ ଅଧିକାରୀଶ୍ରୀ ପ୍ରବୀଣ ବର୍ମାକହିଛନ୍ତି, “ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ପ୍ରଦାନ ସହିତ ସମାଜର ସାମଗ୍ରିକ ବିକାଶ ପ୍ରତି ମଧ୍ୟ ଟିପିଡବ୍ଲୁଓଡିଏଲ୍ ସମାନ ଭାବେ ପ୍ରତିବଦ୍ଧ। ଆମର ସିଏସ୍ଆର୍ ପଦକ୍ଷେପ ମାଧ୍ୟମରେ ଯୁବ ପ୍ରତିଭାଙ୍କୁ ସଶକ୍ତ କରିବା ଓ ସମାଜକୁ ଅଧିକ ସୁଦୃଢ଼ କରିବା ଆମର ଲକ୍ଷ୍ୟ। ଏହି କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମର ସଫଳତା ଗ୍ରାମୀଣ ଓଡ଼ିଶାରେ ଥିବା ଅପାର କ୍ରୀଡ଼ା ପ୍ରତିଭାର ପ୍ରମାଣ। ଆଗାମୀ ଦିନରେ ମଧ୍ୟ ଟିପିଡବ୍ଲୁଓଡିଏଲ୍ ଏଭଳି ପଦକ୍ଷେପକୁ ସମର୍ଥନ କରିବ, ଯାହା ଉତ୍କର୍ଷତାକୁ ପ୍ରୋତ୍ସାହନ ଦେବ, ଅନ୍ତର୍ଭୁକ୍ତିକୁ ସୁଦୃଢ଼ କରିବ ଏବଂ ନୂତନ ପିଢ଼ି ପାଇଁ ସୁଯୋଗ ସୃଷ୍ଟି କରିବ।”
ଏହି ଅଭିଯାନ ଆରମ୍ଭ ହେବା ପରଠାରୁ୪୦ଟି ଗାଁରେପ୍ରତିମାସ ହାରାହାରି୨୫ ଦିନଧରି ନିୟମିତ ଓ ବ୍ୟବସ୍ଥିତ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷାର୍ଥୀମାନଙ୍କୁ ଜର୍ସି, ଫୁଟବଲ୍ ଖେଳ ପାଇଁ ଜୋତା, ଆଥଲେଟିକ୍ସ ସ୍ପାଇକ୍ସ ସମେତ ଆବଶ୍ୟକ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯାଉଛି। ଏପର୍ଯ୍ୟନ୍ତ୨୨୩ଟି ସମ୍ପୂର୍ଣ୍ଣ କ୍ରୀଡ଼ା କିଟ୍ଯୋଗ୍ୟ କ୍ରୀଡ଼ାବିତ୍ଙ୍କୁ ବଣ୍ଟନ କରାଯାଇଛି।