ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବଜାର ଶାଖା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଗ୍ରାହକ ସମାବେଶର ଆୟୋଜନ କରାଯାଇଥିଲା। ଶାଖା ପରିଚାଳକ ରାମକୃଷ୍ଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଫିଲ୍ଡ ଅଫିସର ଚେନ୍ନା ଯୁଗନ୍ଦର ,ବରିଷ୍ଠ କର୍ମକର୍ତ୍ତା ବିଜୟଶାନ୍ତି ଗାଡେଲା ଉପସ୍ଥିତ ଥିଲେ।
ଗ୍ରାହକ ମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଶାଖା ପରିଚାଳକ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ। ଗ୍ରାହକ ମାନଙ୍କୁ ସବିଶେଷ ସୁବିଧା ଯୋଗାଇବା ସହ ବରିଷ୍ଠ ନାଗରିକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇବା ପାଇଁ ଗ୍ରାହକ ମାନେ ପରାମର୍ଶ ଦେଇଥିଲେ। ଗ୍ରାହକ ମାନଙ୍କ ମଧ୍ଯରେ ବାଳକୃଷ୍ଣ ପାତ୍ର , ବିବେକାନନ୍ଦ ଗନ୍ତାୟତ , ଭାଗବତ ପାଢ଼ୀ , ଜ୍ୟୋସ୍ନାରାଣୀ ରଥ , ପ୍ରେମଲତା ସାହୁ , ରାଜେଶ କୁମାର ପାତ୍ର ତଥା ଅନ୍ୟାନ୍ୟ ବ୍ୟକ୍ତି ନିଜର ମନ୍ତବ୍ୟ ଦେଇଥିଲେ। ବିଶେଷ କରି ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଉଥିବାରୁ ଶାଖା ପରିଚାଳକ ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉପସ୍ଥିତ ବ୍ୟକ୍ତିଗଣ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ଶାଖା ପରିଚାଳକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post