ଭାରତର ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟସ୍ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅଗମଣ୍ଟ ସହିତ ଏନଏସଇର ସହଭାଗିତା

0

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟସ (ଇଜିଆର) ବ୍ୟବସ୍ଥାର ବିକାଶ ଓ ଅଭିବୃଦ୍ଧିରେ ସାହାଯ୍ୟ କରିବା ପାଇଁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ (ଏନଏସଇ), ଦେଶର ଅନ୍ୟତମ ଅଗ୍ରଣୀ ସମନ୍ୱିତ ସୁନା ପ୍ଲାଟଫର୍ମ ଅଗମଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ସହିତ ଏକ ରଣନୀତିକ ସହଭାଗିତା କରିଛି।

ଏହି ସହଭାଗିତାର ଉଦ୍ଦେଶ୍ୟ ହେଉଛି ଇଜିଆର ତିଆରି, ରିଡେମ୍ପସନ, ଲିକ୍ୱିଡିଟି ଯୋଗାଣ, ଡେଲିଭରି ଏବଂ ଦାମ ନିର୍ଦ୍ଧାରଣ କ୍ଷେତ୍ରରେ ଅଗମଣ୍ଟର ଦକ୍ଷତାକୁ ବ୍ୟବହାର କରି ଏକ୍ସଚେଞ୍ଜ ଦ୍ୱାରା ପରିଚାଳିତ ସ୍ପଟ୍ ଗୋଲ୍ଡ ମାର୍କେଟକୁ ଅଧିକ ମଜବୁତ କରିବା । ବଜାରରେ ଲୋକଙ୍କ ଅଂଶଗ୍ରହଣ ବଢ଼ାଇବା, ଲିକ୍ୱିଡିଟିରେ ସୁଧାର ଆଣିବା ଏବଂ ନିବେଶକ, ସୁନା ବ୍ୟବସାୟୀ ଓ ବଜାରର ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଇଜିଆରର ବ୍ୟବହାରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ପାଇଁ ଏହି ଦୁଇଟି ସଂସ୍ଥା ମିଶି କାମ କରିବେ ।

ଏନଏସଇର ଚିଫ୍ ବିଜନେସ ଡେଭଲପମେଣ୍ଟ ଅଫିସର ଶ୍ରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି: “ଏକ ବିଶ୍ୱାସଯୋଗ୍ୟ ଏବଂ ମଜବୁତ ସୁନା ବଜାରର ଭିତ୍ତିଭୂମି ତିଆରି କରିବା ପାଇଁ ସୁନା ବିଶୋଧନକାରୀ ମାନଙ୍କୁ ସାମିଲ କରିବା ଏବଂ ଲିକ୍ୱିଡିଟି ଯୋଗାଣକାରୀଙ୍କ ଅଂଶଗ୍ରହଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଧାର।”

ଅଗମଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡର ଡିରେକ୍ଟର ଶ୍ରୀ କେତନ କୋଠାରୀ କହିଛନ୍ତି: “ୟୁପିଆଇ ପରି ଇଜିଆର ମଧ୍ୟ ଭାରତରେ ଏକ ନିୟନ୍ତ୍ରିତ ଏକ୍ସଚେଞ୍ଜ ବ୍ୟବସ୍ଥା ମାଧ୍ୟମରେ ସୁନାକୁ ରଖିବା, କାରବାର କରିବା, ଋଣ ଦେବା ଏବଂ ଫେରସ୍ତ ପାଇବାର ସୁବିଧା ଦେଇ ଭାରତର ଘର ମାନଙ୍କରେ ଥିବା ବିପୁଳ ସୁନାକୁ ଆନୁଷ୍ଠାନିକ ରୂପ ଦେଇପାରିବ ।

Leave A Reply

Your email address will not be published.