ଛତୁ ଚାଷ ବର୍ଜ୍ୟବସ୍ତୁରୁ ଜିଆଖତ ପ୍ରସ୍ତୁତି ଉପରେ ତାଲିମ ଶିବିର,

0

ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମପଞ୍ଚାୟତର ମଶାବାରୀ ଗ୍ରାମରେ ଖଣ୍ଡପଡ଼ା କୃଷକ ଉତ୍ପାଦନ କମ୍ପାନୀ ପକ୍ଷରୁ କୃଷକ ଓ କୃଷିଜୀବୀ ମହିଳାମାନଙ୍କ ପାଇଁ ବୁଧବାର ଏକ ତାଲିମ ଶିବିର ଆୟୋଜିତ ହୋଇଥିଲା।
ଶିବିରରେ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ମଧୁସ୍ମିତା ଜେନା ଓ ଡ. ଗୀତାଞ୍ଜଳି ସୁବୁଦ୍ଧି ଯୋଗଦେଇ ଛତୁ ଚାଷର ଆଧୁନିକ ବୈଜ୍ଞାନିକ ପଦ୍ଧତି, ଉତ୍ପାଦନ ବୃଦ୍ଧିର କୌଶଳ ଏବଂ ଚାଷ ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ମହିଳା ଚାଷୀମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ସେମାନେ ଛତୁ ଚାଷ ପରେ ଅବଶିଷ୍ଟ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପ୍ରଣାଳୀରେ ଜିଆଖତରେ ପରିଣତ କରି ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଁ ପୁନଃ ବ୍ୟବହାର କରିବାର ଉପାୟ ସମ୍ପର୍କରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଇଂ. ବାଇଧର ସ୍ୱାଇଁ ଓ ପ୍ରୋଗ୍ରାମ ସମନ୍ୱୟକାରୀ ସଙ୍ଗୀତା ପଣ୍ଡା ସହଯୋଗ କରିଥିବା ବେଳେ ଖଣ୍ଡପଡ଼ା କୃଷକ ଉତ୍ପାଦନ କମ୍ପାନୀର ପ୍ରକଳ୍ପ ସଂଯୋଜକ ପଞ୍ଚାନନ ବୈଠାରୁ ଓ ବାଣିଜ୍ୟ ପରିଚାଳକ ସନ୍ତୋଷ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Leave A Reply

Your email address will not be published.