ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। ୧୯୫୭ ମସିହାରେ ବିଶିଷ୍ଟ ବୈଜ୍ଞାନିକ ଡଃ ହୀରାଲାଲ ଚୌଧୁରୀ ଏବଂ ଡଃ କେ.ଏଚ୍. ଅଲିକୂନହିଙ୍କ ଦ୍ୱାରା ଭାରତୀୟ ମେଜର କାର୍ପସ ମାଛର ସଫଳ କୃତ୍ରିମ ପ୍ରଜନନର ସ୍ମୃତି ଚାରଣ ପାଇଁ ପ୍ରତିବର୍ଷ ୧୦ ଜୁଲାଇକୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଭାବେ ପାଳନ କରାଯାଇଥାଏ।
ରାଜ୍ୟରେ ମତ୍ସ୍ୟ ଚାଷର ଉନ୍ନତି ଏବଂ ମତ୍ସ୍ୟଚାଷୀଙ୍କ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ଓ ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଭଳି ପ୍ରାୟ ୧୪ଟି ଯୋଜନା ଚାଲିଛି। ଆଜିର କାର୍ଯ୍ୟକ୍ରମରେ ଏହି ସବୁ ଯୋଜନା ଗୁଡିକର ସଫଳ ରୂପାୟନ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଥିଲା। ମତ୍ସ୍ୟଚାଷୀ ଓ ମତ୍ସ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଅଧିକାରୀ ଓ ବୈଜ୍ଞାନିକଗଣ ମତ୍ସ୍ୟ ପାଳନର ବିଭିନ୍ନ ତତ୍ତ୍ୱ ପ୍ରଦାନ କରିଥିବାବେଳେ ଚାଷୀମାନେ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଶେଷରେ ଜିଲ୍ଲାର ୪ଜଣ ସଫଳ ମତ୍ସ୍ୟଚାଷୀଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅରୁଣ କୁମାର ସାହୁ , ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଶ୍ରୀ ତୁଷାରେନ୍ଦୁ ନାୟକ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ ପ୍ରକାଶ ରାଓ , ସହକାରୀ ଅଧ୍ୟାପକ ଡ. ଅରବିନ୍ଦ ଉପାଧ୍ୟାୟ, ଉଦ୍ୟାନ ବୈଜ୍ଞାନିକ ଡ. ସୁଶ୍ରୀ ଚୌଧୁରୀ , ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀମତୀ ସୋନାଲି ସ୍ୱାଇଁ , ଓଡ଼ିଶା ଜୀବିକା ମିଶନ ଅଧିକାରୀ ଶ୍ରୀ ଟିମନ୍ ବାରା ପ୍ରମୁଖ ଉପସ୍ଥିତ ରହିଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ସୋନାଲି ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.