ଚୋରା ମଦ ଜବତ, ୬ କୋର୍ଟ ଚାଲାଣ ।

0

କେନ୍ଦ୍ରାପଡ଼ା:୦୩/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ ଓ ଡେରାବିଶ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବଡହାଟ ଗ୍ରାମର ହରେକୃଷ୍ଣ ବେହେରା (ବୟସ-୪୨)ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ,ଗୁଲନଗର ଗ୍ରାମର ଅଶୋକ ମଳିକ (ବୟସ-୪୬)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଓ ଜଳଧର ସେଠୀ (ବୟସ-୩୮)ଙ୍କ ଠାରୁ ୧୦ ଲିଟର ଦେଶୀ ରନ୍ଧା ମଦ, ଠାକୁରହାଟ ଗ୍ରାମର ଅମର ସେଠୀ (ବୟସ -୩୯) ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ, ବେଲାରପୁର ଗ୍ରାମର କାହ୍ନୁ ଚରଣ ବେହେରା (ବୟସ-୬୯) ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଏବଂ ବେଲାରପୁର ଗ୍ରାମର ଆଦୀପ୍ତ କର (ବୟସ-୩୧) ଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି। ଏମାନଙ୍କ ପାକ୍ଷରୁ ସମୁଦାୟ ୧୨୬ ଲିଟର ବିଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୦୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।

Leave A Reply

Your email address will not be published.