ଚୋରା ମଦ ବୋଝେଇ ଗାଡ଼ି ଉପରେ ଚଢ଼ାଉ: ୫୦ରୁ ଅଧିକ ପେଟି ବିଦେଶୀ ମଦ ଜବତ।

0

ବସ୍ତା ୧/୭:ବାଲେଶ୍ୱର ଜିଲ୍ଲାର ରୁପ୍ସା ଥାନା ଅନ୍ତ ର୍ଗତ ହୀରାପୁର ଅଞ୍ଚଳରୁ ବିଳମ୍ବିତ ରାତିରେ ଚୋରା ମଦ କାର ବାର ବିରୋଧରେ ଏକ ବଡ଼ ଧରଣର ସଫଳ ଚଢ଼ାଉ କରା ଯାଇଛି। ରୁପ୍ସା ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଅଭିଯାନରେ ଏକ ଚୋରା ମଦ ବୋଝେଇ ଗାଡ଼ିକୁ ଜବତ କରାଯିବା ସହ ସେଥିରୁ ୫୦ରୁ ଅଧିକ ପେଟି ବିଦେଶୀ ମଦ ଜବତ କରାଯାଇଛି।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ରୁପ୍ସା ପୋଲିସ ଓ ବସ୍ତା ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ରାତିରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ସନ୍ଦେହଜନକ ଏକ ଗାଡ଼ିକୁ ଅଟକାଇ ତଲାସି କରାଯାଇଥିଲା। ତଲାସି ବେଳେ ଗାଡ଼ିରୁ ୫୦ରୁ ଅଧିକ ପେଟି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହୋଇଥିଲା।ଏହା କେଉଁ ଠାରୁ ଆସୁଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ସେନେଇ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଚୋରା ମଦ କାରବାର ପଛରେ କୌଣସି ସଂଗଠିତ ରାକେଟ କାର୍ଯ୍ୟ କରୁଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।
ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଜବତ ମଦର ପରିମାଣ ଓ ମୂଲ୍ୟ ଆକଳନ କରାଯାଉଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜୋରଦାର କରାଯାଇଛି। ଆବଶ୍ୟକ ପଡ଼ିଲେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ କରାଯିବ ବୋଲି ସୂଚନା ମିଳିଛି।ଏହି ସଫଳ ଚଢ଼ାଉକୁ ନେଇ ରୁପ୍ସା ଅଞ୍ଚଳରେ ଚୋରା ମଦ କାରବାର ଉପରେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ତେବେ ଘଟଣାରେ କେତେଜଣଙ୍କ ସମ୍ପୃକ୍ତି ରହିଛି ଓ କେହି ଗିରଫ ହୋଇଛନ୍ତି କି ନାହିଁ, ସେନେଇ ପୋଲିସ ପକ୍ଷରୁ ଅଧିକ ତଥ୍ୟ ଅପେକ୍ଷା

Leave A Reply

Your email address will not be published.