ଗତକାଲି ରାତିରେ ଜଗନ୍ନାଥପୁର ଜୋକଲଣ୍ଡା ଗ୍ରାମରେ ଦୁଇଟି କୁଲଡିହା ଅଭୟାରଣ୍ୟ ହାତୀ ଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି | ଜଗନ୍ନାଥପୁର ଗ୍ରାମର ସତ୍ୟାନନ୍ଦ ପାତ୍ର ଙ୍କ ବାଡିରେ ପଶି ଚାଳିଶ ରୁ ଉର୍ଦ୍ଧ କଦଳୀ ଗଛ ଭାଙ୍ଗିବା ସହ ଦଶ ରୁଉର୍ଦ୍ଧ କଦଳୀ କାନ୍ଧି ଥିବା ଗଚ୍ଛ କୁ ଭାଙ୍ଗି ତାର ମଞ୍ଜl କୁ ଖାଇଛନ୍ତି.ଗେଣ୍ଡୁ ଫୁଲ ବାଡିରେ ପଶି ଗଛ ଗୁଡିକ୍ ମାଡି ଚକଟି ଦେଇଛନ୍ତି ସେହିପରି ଅନନ୍ତ ପୃଷ୍ଟି ବାଡିରେ ପଶି ପଣସ ଖାଇଯାଇଛି |
ପ୍ରତିଦିନ ରାତିରେ ଆସି କଦଳୀ ଆମ୍ବ ପଣସ ଖାଇ ଗଚ୍ଛ ନଷ୍ଟ କରୁଛନ୍ତି. ଖବର ପାଇ ବନବିଭାଗ ତଦନ୍ତ କରି ଯାଇଛନ୍ତି ଗତକାଲି ରାତିରେ ଚାରି ଗୋଟି ହାତୀ କୁଲଡିହା ଅଭୟାରଣ୍ୟ ରୁ ଆସିଥିଲେ | ଦୁଇଗୋଟି ଛୋଟ କାନପୁର ରେ ପଶି ଆମ୍ବ କଦଳୀ ଗଛ ନଷ୍ଟ କରିଥିବା ବେଳେ ଆଉ ଦୁଇ ଗୋଟି ଜଗନ୍ନାଥପୁର ଗ୍ରାମରେ ପଶି. ନଷ୍ଟ୍ କରିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି | ଚାଷୀ ମାନଙ୍କର କ୍ଷୟ କ୍ଷତି ଦେବାସହ ସୋଲାର ବlଡ ଲଗାଇବା ପାଇଁ ଅନୁମତି ଦେବା ସହ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହେଉଛି.|
Sign in
Sign in
Recover your password.
A password will be e-mailed to you.