ନୟାଗଡ଼(ବିଶ୍ୱଜିତ ନାୟକ) :- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ବିଡିଓଙ୍କ ଚ୍ୟାମ୍ବରରେ ର୍ଦୁବ୍ୟବହାର, ପୁଲିସ ଲଗାଇ ମିଥ୍ୟା ମାମଲା ରୁଜୁ, ଗିରଫ କରାଯିବାକୁ ବିରୋଧ କରି ଆଜି ନୟାଗଡ଼ ସରପଞ୍ଚ ସଂଘ ବିକ୍ଷୋଭ ପଦର୍ଶନ କରିବା ସହ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଛି । ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ସଭାପତି ନିରଞ୍ଜନ ବିଧାର, ନୟାଗଡ଼ ବ୍ଲକ ସଂଘ ସଭାପତି ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ଆଜି ଶତାଧିକ ସରପଞ୍ଚ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଜନପ୍ରତିନିଧିଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣକୁ ବିରୋଧ କରାଯାଇଥିଲା । ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ସଂଘ ସଭାପତିଙ୍କ ସମେତ ବହୁ ସରପଞ୍ଚ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.