କେପି ଏଣ୍ଟରପ୍ରାଇଜେସ ଖଣିରେ ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣି

0

ବଡ଼ବିଲ(ଚିତ୍ତରଞ୍ଜନ କର): ବଡ଼ବିଲ ନିକଟସ୍ଥ ଠାକୁରାଣୀ ଗ୍ରାମରେ ଥିବା ମେସର୍ସ କେପି ଏଣ୍ଟରପ୍ରାଇଜେସ ଲୁହା ପଥର ଖଣିର ବାର୍ଷିକ କ୍ଷମତା ୫.୫ ମିଲିଅନ ଟନରୁ ୯.୯ ମିଲିଅନ ଟନକୁ ବୃଦ୍ଧି କରିବା ଓ କ୍ରସର ଏବଂ ସ୍କ୍ରିନିଂ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ପରିବେଶୀୟ ମଞ୍ଜୁରୀ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାଂହ ୧୧ଟା ସମୟରେ ଦଲକି ଖେଳ ପଡ଼ିଆଠାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ଆଖପାଖ ଅଞ୍ଚଳର ଶତାଧିକ  ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ। ସ୍ଥାନୀୟ ଗ୍ରାମବାସୀ ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ବନ୍ଧରେ ନିଜର ଦାବୀ ଜଣାଇଥିଲେ।  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ଜନ ଶୁଣାଣିରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଭକ୍ତ ଚରଣ ପ୍ରଧାନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁସ୍କର ବେହେରା, ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ମନୋରଞ୍ଜନ ଦେଓ, ବଡ଼ବିଲ ଏସ ଡି ପି ଓ ଦିଲୀପ କୁମାର ବାଘ, ବଡ଼ବିଲ ଥାନାଧିକାରୀ ସୁକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।

କିଛି ଲୋକ ପରିବେଶୀୟ ମଞ୍ଜୁରୀ ବୃଦ୍ଧିକୁ ବିରୋଧ କରିଥିଲେ ମଧ୍ୟ ଅଧିକାଂଶ ଲୋକ ସମର୍ଥନ ଜଣାଇଥିଲେ। ଏହି ଜନଶୁଣାଣୀ ସଫଳ ହୋଇଥିବାର ଜଣାପଡିଛି |

 

Leave A Reply

Your email address will not be published.